‘ଅମୃତ ଅକ୍ଷର’ ସଂର୍ପକରେ ଏତିକି କୁହାଯାଇପାରେ ଯେ ଏଗୁଡ଼ିକରେ ଦର୍ଶନ ସାହିତ୍ୟ ଓ ଆଧ୍ୟାତ୍ମିକତା ସହିତ ବ୍ୟକ୍ତିଗତ ଅନୁଭବ ଗୁନ୍ଥା ହୋଇ ଅପୂର୍ବ ଶୋଭା ଧାରଣ କରିଛି । ନଥିବା ଭିତରେ ଥିବା, ଅଶ୍ୱସ୍ତି ଭିତରେ ସ୍ୱସ୍ତି ଏଗୁଡ଼ିକର ସ୍ୱାତନ୍ତ୍ର୍ୟ । କବି ପ୍ରଶାନ୍ତ ଜୀବନର ଅନେକ ଦୁଃସ୍ଥିତି ଅତିକ୍ରମ କରିଛନ୍ତି ସେହି ମହିମାମୟ ‘ତୁମେ’ଙ୍କ ହାତ ଧରି । ତାଙ୍କ ପାଦସ୍ପର୍ଶରେ ଫିଟି ପଡ଼ୁଥିବା ଆଲୁଅକୁ ଲକ୍ଷ୍ୟରଖି ସେ ଟପିଛନ୍ତି ଅଗଣିତ ଅନ୍ଧାର ରଜନୀ । ତେବେ ସେହି ଦେବୀ ତାଙ୍କୁ ଆହୁରି ଉଜ୍ଜ୍ୱଳ ଶୀତଳ ସ୍ନେହସଜଳ କବିତା ଲେଖିବାକୁ କ୍ଷମତା ଦିଅନ୍ତୁ । ଏତିକି କାମନା- ସେ ସାରା ସଂସାରକୁ ନିଜ ହାତ ପାପୁଲିରେ ଧରି ରଖିବାର ସାମର୍ଥ୍ୟ ଅର୍ଜନ କରନ୍ତୁ । ଆଉ କାହାକୁ ନିଜର ଭାବିବାରେ ଏତେ କୁଣ୍ଠା ଆସିବ ନାହିଁ । ଆଶ୍ୱାସନାର ବରଦ ମୁଦ୍ରା ତାଙ୍କୁ ସ୍ୱତନ୍ତ୍ର ପରିଚିତି ପ୍ରଦାନ କରିବ । -ସଂଘମିତ୍ରା ମିଶ୍ର
Amruta Akshara | ଅମୃତ ଅକ୍ଷର | ପ୍ରଶାନ୍ତ ମହାରଣା | କବିତା ସଂକଳନ
Publisher : Timepass
First edition : 2022
Paperback : 136 pages
Language : Odia
Reading age : 18 years and up
Country of Origin : India