top of page

କବିତାରେ ଆଉ କିଛି ଗଢ଼ା ହେଉ କି ନହେଉ, ସମସ୍ତଙ୍କ ଅଲକ୍ଷ୍ୟରେ କବିଟିଏ କିନ୍ତୁ ନିଜକୁ ଗଢ଼ିନିଏ। ସୂର୍ଯ୍ୟସ୍ନାତ ତ୍ରିପାଠୀ ସେମିତି ଜଣେ କବି, ଯିଏ କବିତାର ମାର୍ଫତ୍‍ରେ ଚିଠି ଲେଖନ୍ତି ନିଜକୁ। ନିଜେ ଖୋଲନ୍ତି ସେ ଚିଠି। ପଢ଼ି ବ୍ୟତିବ୍ୟସ୍ତ ହୁଅନ୍ତି। ପୁଣି ନିଜେ ନିଜକୁ ସାନ୍ତ୍ୱନା ଦେଇ ଉତ୍ତର ଲେଖନ୍ତି। କବିତା ଆଉ କବି ଭିତରେ ଏଇ ନିରନ୍ଧ୍ର ଭାବବିନିମୟ ଯାହାର ଯେତେ ଅଧିକ, ସିଏ ସେତେ ସଫଳ। ନିଃସନ୍ଦେହରେ ସୂର୍ଯ୍ୟସ୍ନାତ ସେଇ ଆଲୋକିତ ଅଧ୍ୟାୟର ଉଜ୍ଜ୍ୱଳ ଉଚ୍ଚାରଣ। ‘ଏ ସଂପର୍କ ଏମିତି’ କବିତା ସଂକଳନ ପାଇଁ ସାହିତ୍ୟ ଅକାଦେମୀ ଯୁବପୁରସ୍କାର ପାଇଥିବା ସୂର୍ଯ୍ୟସ୍ନାତ ‘ହଜାରେ ଜହ୍ନର ରାତି’, ‘ଗଂଗଶିଉଳିର ଗପ’, ‘ଅବୁଝା ଅକୁହା’, ‘ମାଟିମାଟି ଆକାଶ ଆକାଶ’, ‘ଶବ୍ଦସବୁ ଅଣସର ଘରେ’ ଆଦି ଅନେକ ସଫଳ ସଂକଳନର ସ୍ରଷ୍ଟା। ‘ଅନାବରଣ’ ତାଙ୍କ କାବ୍ୟଯାତ୍ରାର ଆଉଏକ ମାଇଲ୍‍ଖୁଣ୍ଟ, ଯାହା ଜୀବନ ଆଉ ସମୟ ଭିତରର ଦୂରତା କମେଇ ଦେଇଛି। ନିଜ ଭିତରୁ ବାହାରି ସୂର୍ଯ୍ୟସ୍ନାତ ଏଥର ସମାଜଆଡ଼କୁ ମୁହାଁଇଛନ୍ତି। ସମାଜ ବି ତାଙ୍କୁ ମିତ୍ରଦୃଷ୍ଟିରେ ଚାହିଁବ, ଏଥିରେ ସଂଦେହ ନାହିଁ। - ସରୋଜ ବଳ

Anabarana | Suryasnata Tripathy | ଅନାବରଣ | ସୂର୍ଯ୍ୟସ୍ନାତ ତ୍ରିପାଠୀ | କବିତା ସଂକଳନ

SKU: ASTY
₹175.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback : 136 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page