ପଞ୍ଚାନନ ନାୟକଙ୍କ କଥା ଓ କବିତାରେ ଥାଏ ଏମିତି ଫୁଟାଣି, ଯାହାକୁ ଫୁଲ ପରି ଫୁଟେଇହବ; କେବେକେବେ ବୋମା ପରି ବି। କବିତ୍ୱ ମାନେ କଣ କି? ଯାହା ନୁହେଁ ବା ନାହିଁ, ତାକୁ ଥିଲା ଓ ଅଛି କରି ଦେଖେଇବା ତ? ତେଣୁ ପଞ୍ଚାନନ ସେଥିରେ ଓସ୍ତାଦ। ଫୁଟାଣି ମାରି ଛାତି ଫଟେଇବା ସମସ୍ତଙ୍କ ହାତର ଖେଳ ନୁହେଁ। ସେଦିନ ସେ ରାଧାଙ୍କୁ ପାଇଗଲେ; ପାଇଗଲେ କଣ, ପାଲଟିଗଲେ। ପଞ୍ଚାନନ ପାଲଟିଗଲେ ପ୍ରେମିକା। ନିରୋଳା ପ୍ରେମିକା। ଯିଏ ଦ୍ୱାପରରୁ କଳିଯୁଗ ଯାଏଁ ପ୍ରଲମ୍ବିତା। ରାଧା ବୋଲି କଣ ସତରେ କେହିଜଣେ କେବେ ଥିଲା? ନା ସେ ଏକ ଅଥୟ କବିତା! ଆମରି ଛାତି ଭିତରର କଥା! ଦେଖନ୍ତୁ ଏ ବହିରେ, ରାଧାଙ୍କୁ ନେଇ କବିଙ୍କ ଫୁଟାଣି। କବିତା ତୁଠରେ ଟିକେ ଭିତରକୁ ପଶିଲେ ପାଠକ ତ ପାଠକ, ଯମୁନା ବି ବହିବ ଉଜାଣି।
Anya Eka Radha | Panchanan Nayak | ଅନ୍ୟ ଏକ ରାଧା | ପଞ୍ଚାନନ ନାୟକ | କବିତା ସଂକଳନ
SKU: AERPNK
₹145.00Price
Publisher : Timepass
First edition : 2023
Paperback : 96 pages
Language : Odia
Reading age : 18 years and up
Country of Origin : India