ସତ୍ୟରଂଜନ ପ୍ରହରାଜ ସମକାଳୀନ ଓଡ଼ିଆ କବିତାର ଜଣେ ଉଦୀୟମାନ ଶିଳ୍ପୀ । ସଂପର୍କହୀନ ସମୟ ଓ ପ୍ରେମହୀନ ଜୀବନ ଭିତରୁ ସେ ସାଉଁଟିନିଅନ୍ତି କବିତାର ମଂଜି ଓ ମଂଜ । ଜୀବନର ସକଳ ବିରୋଧାଭାସ ଭିତରେ ତାଙ୍କ କବିତା ଆସ୍ଥା ଓ ଆହ୍ୱାନ ହୋଇ ଉଭା ହୁଏ । ପ୍ରଥମ କବିତା ପୁସ୍ତକ ‘ମିଛ ଜହ୍ନରାତି’ରେ ଆରମ୍ଭ ହୋଇଥିବା ତାଙ୍କ ଇତଃସ୍ତତ ପ୍ରଶ୍ନାକୂଳତା ଦ୍ୱିତୀୟ ସଂକଳନ ‘ଅପ୍ରେମ ଯେତେକ’ରେ ଅଧିକ ମାର୍ଜିତ ଓ ମଜଭୁତ ମନେହୁଏ । ବାସ୍ତବତାର ବାଧା ଓ ବନ୍ଧୁରତାକୁ ନିଜର ବ୍ୟଥାତୁର ଆବେଗରେ ସନ୍ତୁଳି ସେ ଅପ୍ରେମକୁ ଯେଉଁ ପ୍ରେମ ଯାଚୁଛନ୍ତି, ତାହା ସମକାଳୀନ ଜୀବନବୋଧର ଆହତ ଆର୍ତ୍ତନାଦ । ଅନ୍ତରୀଣ ଛନ୍ଦ ଓ ବାହ୍ୟ ବିନ୍ୟାସରେ ସଂଗଠିତ ଏ ସଂକଳନର କବିତାସବୁ ପୂର୍ବାପେକ୍ଷା ଅଧିକ ଉନ୍ମୁକ୍ତ, ବିନ୍ୟସ୍ତ ଓ ପ୍ରମୂର୍ତ୍ତ ।
Aprema Jeteka | Satyaranjan Praharaj | ଅପ୍ରେମ ଯେତେକ | ସତ୍ୟରଞ୍ଜନ ପ୍ରହରାଜ | କବିତା
SKU: AJSPJ
₹145.00Price
Publisher : Timepass
First edition : 2024
Paperback : 112 pages
ISBN-13 : 978-9395682091
Language : Odia
Reading age : 18 years and up
Country of Origin : India