ମୋହିତ ଚକ୍ରବର୍ତ୍ତୀ ଯଦିଓ ଆମମାନଙ୍କୁ ବେଶ୍ କିଛି ଦିନ ଧରି ମୋହିତ କରିଆସିଛନ୍ତି ପ୍ରେମଭିଜା ଗୀତିକବିତାର ହୃଦୟଛୁଆଁ ଧାଡ଼ିମାନଙ୍କରେ ଓ ଆମେ କୌଣସିନା କୌଣସି ସିନେମା ବା ମ୍ୟୁଜିକ୍ ଆଲ୍ବମରେ ତାଙ୍କୁ ଆଗ୍ରହର ସହ ଶୁଣିଆସିଛୁ; ତେବେ ତାଙ୍କୁ ଜଣେ ବିଧିବଦ୍ଧ କବି ଭାବରେ ପାଇବାରେ ଏ ସୁଯୋଗ ପ୍ରଥମ। ନିଜ ଛାତିତଳେ ବରାବର ଗୋଟେ ବିଦ୍ରୋହକୁ ଚାପିରଖିଆସିଥିବା ମୋହିତଙ୍କର କବିତାସବୁରେ ଆଙ୍କିହେଇଯାଇଛି ଗୀତରେ କହିପାରିନଥିବା କିଛି ଅଚିହ୍ନା ଆନନ୍ଦ, ଆତଙ୍କ ଓ ଆବାହନ। ଗୀତରେ ତାଙ୍କର ମୁଖ୍ୟ ଆଧାର ଥିଲା ପ୍ରେମ; କିନ୍ତୁ କବିତାରେ ସାମାଜିକ ଜନଜୀବନର ସଂଘର୍ଷ, ରସିକତା, ବିଦ୍ରୋହ, ସମର୍ପଣ ଆଦି ଖୁନ୍ଦିହେଇ ରହିଛି; ଯାହା ପାଠକଙ୍କୁ ଦେବ ଗୋଟେ ନୂଆ ସ୍ୱାଦ। ମୋହିତଙ୍କର ମଧ୍ୟ ଅଛି ଗୋଟେ ନିଜସ୍ୱ ଇଡିୟମ୍। ମେଟାଫର୍ ପ୍ରୟୋଗ କରିବାର ନିଜସ୍ୱ ଢଙ୍ଗ। ‘ଅରୁନ୍ଧତୀର ଆକାଶ’ରେ ନିଜେ ଗୋଟେ ବାଆଁରା ଜହ୍ନ ଭଳି ଆକାଶର ଏମୁଣ୍ଡରୁ ସେମୁଣ୍ଡକୁ ପଇଁତରା ମାରୁଥିବା ମୋହିତ ଚକ୍ରବର୍ତ୍ତୀ ଓଡ଼ିଆ କବିତାର ଆଧୁନିକ ପାଠକମାନଙ୍କୁ କିଛିକାଳ ଅନ୍ୟମନସ୍କ କରିବେ, ଏ ଆଶା ରହିଛି। - ସରୋଜ ବଳ
Arundhatira Akash | ଅରୁନ୍ଧତୀର ଆକାଶ | ମୋହିତ ଚକ୍ରବର୍ତ୍ତୀ | କବିତା ସଂକଳନ
Publisher : Timepass
First Edition : 2014
Language : Odia
Paperback : 96 pages
Reading age : 15 years and up
Country of Origin : India