top of page

ସ୍ୱପ୍ନକୁ ଶୁଖିଲା କ୍ଷେତରେ ପାଣି ମଡ଼େଇବାକୁ କହିପାରୁଥିବା କବିଜଣକ ହେଲେ ଚିତ୍ତରଞ୍ଜନ ନାୟକ, ଯିଏ ହାଡ଼ର ହିଡ଼ରେ ବସି ଶ୍ୟାମଳିମା ଯାଚୁଥାନ୍ତି ଏ ଧୂସର ସମୟକୁ। ଚଳନ୍ତି ସମୟର ଅନ୍ୟତମ ନିଆରା କବି, ଯାହାଙ୍କ ଝୁଲାମୁଣିରେ ମେଟାଫର୍‍ର ଅଭାବ ନଥାଏ କେବେ। କିଏ କୋଉଠୁ ଡାକୁଛି, କିଏ କେଉଁଠୁ ଆସୁଛି- ସବୁ ଜାଣନ୍ତି ସେ; ହେଲେ ନଜାଣିବାର ବାହାନା କରନ୍ତି। ସେଇ ବାହାନାର ନାଁ ତ କବିତା; ସଂପର୍କର ଝୋଟିଚିତା। ମାଟି ଛୁଇଁବା ଆଗରୁ ସେ ସୂର୍ଯ୍ୟୋଦୟକୁ ଯେମିତି ଆଭା ଯାଚିଥିଲେ, ସେମିତି ଏବେ କେହିଜଣେ ଆସିବାର ବିଳମ୍ବ ପାଇଁ ସେ ଅପେକ୍ଷାର କ୍ଷତକୁ କ୍ଷମା ଯାଚିବାରେ ଲାଗିଛନ୍ତି। ଏଇ କ୍ଷତ ହିଁ ତ ଜୀବନର ବିମ୍ବ। ଏଇ କ୍ଷମା ହିଁ ତ କବିତ୍ୱର ତାରକସି ଚୁମା। ଚିତ୍ତରଞ୍ଜନ ଓଡ଼ିଆ ପାଠକଙ୍କ ଚିତ୍ତରେ ଚିତୋଉପିଠା ହୋଇ ଝୁଲିରହିବେ, ଖାସ୍‍ କେହିଜଣେ ଫେରିଆସିବା ସମୟ ହେଲେ, ବିଶ୍ୱାସ। - ସରୋଜ ବଳ

Asuchha Boli Jane | ଆସୁଛ ବୋଲି ଜାଣେ | ଚିତ୍ତରଞ୍ଜନ ନାୟକ | କବିତା ସଂକଳନ

SKU: ABJCNK
₹125.00Price
Quantity
  • Publisher ‏ : ‎ Timepass

    First edition : 2021

    Paperback : 128 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page