ପ୍ରଜ୍ଞା ପାରମିତା ରଥଙ୍କ କାହାଣୀ ଲାଗେ ସତ ଭଳି। କାରଣ ସେ ସତର ଛାଞ୍ଚରେ ଗଢ଼ନ୍ତି ଗପ। ନିୟମିତ ଗପ ଲେଖୁଥିବା ପ୍ରଜ୍ଞାଙ୍କର ପ୍ରଥମ ଉପନ୍ୟାସ ହେଉଛି ‘ବାଘା’, ଯେଉଁଥିରେ ସେ ମାନବେତର ଚରିତ୍ର ପ୍ରତି ଅଦ୍ଭୁତ ମମତ୍ୱ ପ୍ରଦର୍ଶନ କରିବା ଭିତରେ ଜୀବନର ପାରଂପରିକ ମୂଲ୍ୟବୋଧ, ଅପତ୍ୟ ସ୍ନେହ ଓ ପାରିବାରିକ ଭାବ ଅଭାବର ଚମତ୍କାର ଦୃଶ୍ୟାୟନ କରିଛନ୍ତି। ଆତ୍ମକଥନ ଶୈଳୀରେ ରଚିତ ଏ ଉପନ୍ୟାସଟି ଆପଣଙ୍କୁ ବାଟ କଢ଼େଇନେବ ପୃଷ୍ଠା ପରେ ପୃଷ୍ଠା ଉତ୍କଣ୍ଠାପୂର୍ଣ୍ଣ ଘଟଣାବଳି ସହ, ଶେଷଯାଏ। ସରଳ ଭାଷା ଓ ସ୍ୱାଭାବିକ ବର୍ଣ୍ଣନାରେ ବିନ୍ୟସ୍ତ ଏହି ଛୋଟ ଉପନ୍ୟାସଟି କିପରି ଜୀବନର ଅନେକ ବଡ଼ ଦିଗ ଦେଖାଇଛି, ତାହା ପାଠକମାନେ ଉପଲବ୍ଧି କରିପାରିବେ।
Baghaa | Pragyan Paramita Rath | ବାଘା | ପ୍ରଜ୍ଞା ପାରମିତା ରଥ | ଉପନ୍ୟାସ
SKU: BPPRH
₹125.00Price
Publisher : Timepass
First edition : 2023
Paperback : 96 pages
Language : Odia
Reading age : 18 years and up
Country of Origin : India