ଡକ୍ଟର ପଦ୍ମକାନ୍ତ ଧଳ (୧୯୫୯) ଏକାଧାରରେ ଜଣେ ଶିକ୍ଷାବିତ୍, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଓ କଥାଶିଳ୍ପୀ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପ୍ରାୟୋଜିତ ଅନେକ ଟେଲିଫିଲ୍ମ, ଧାରାବାହିକ, ନାଟକ ଓ କଳାତ୍ମକ ଚିତ୍ରରେ ରହିଛି ତାଙ୍କ ଅଭିନୟର ବଳିଷ୍ଠ ସ୍ୱାକ୍ଷର। ଅଧ୍ୟାପନା କାଳରେ ନାଟ୍ୟସଂସଦ ପକ୍ଷରୁ ପ୍ରତିବର୍ଷ ନୂଆନୂଆ ନାଟକ ନିର୍ଦ୍ଦେଶନା ଓ ତାହାର ମଞ୍ଚ ରୂପାୟନ କ୍ଷେତ୍ରରେ ତାଙ୍କର ଭୂମିକା ସ୍ମରଣୀୟ। ନବେ ଦଶକରୁ ବିଭିନ୍ନ ପତ୍ରପତ୍ରିକାରେ ଗଳ୍ପ ଲେଖି ଅଶେଷ ପାଠକୀୟତା ଅର୍ଜନ କରିଥିବା ଡକ୍ଟର ଧଳଙ୍କର ଏହା ପ୍ରଥମ ଗଳ୍ପ ସଂକଳନ। ନିତିଦିନିଆ ସାମାଜିକ ଓ ସାଂସାରିକ ଜୀବନରେ ଘଟୁଥିବା ସୂକ୍ଷ୍ମ ଘଟଣାବଳୀର ସ୍ପର୍ଶକାତର ଦିଗଟିକୁ ଧରିରଖି ହୃଦୟସ୍ପର୍ଶୀ ଜୀବନ୍ତ କାହାଣୀ ରଚିବାରେ ତାଙ୍କର ସିଦ୍ଧି ସ୍ୱୀକୃତ। ବଦଳିଯାଉଥିବା ସମୟର ପ୍ରେକ୍ଷାପଟରେ ମଣିଷର ଜୀବନଯାତନା, ଧାଁ-ଦୌଡ଼ ଓ ଚିନ୍ତାଚେତନାର ଆବେଗମୟ କଥାରୂପ ହିଁ ତାଙ୍କର କ୍ଷୁଦ୍ରଗଳ୍ପ। ନିଚ୍ଛକ ଗ୍ରାମୀଣ ଦୃଷ୍ଟି, ପାରିବାରିକ ବନ୍ଧନହୀନତାର ବିଭଂଗ ରୂପଛବି, ପାରସ୍ପରିକ ସମ୍ପର୍କରେ ମତାନୈକ୍ୟ, ପିଢ଼ି ପାର୍ଥକ୍ୟ, ଛଟପଟ ଭାବମୁକ୍ତି ତଥା ସକଳ ସଂଘର୍ଷ-ଯାତନା-ଅବସୋସ ଭିତରେ ପ୍ରେମପୂର୍ଣ୍ଣ ଜୀବନ ଜିଇବାର ଆଶାବାଦ, ଭାବାନୁସାରୀ ଶବ୍ଦ ଓ କାବ୍ୟିକ ବର୍ଣ୍ଣନା ମଧ୍ୟଦେଇ ବେଶ୍ ପରିଚ୍ଛନ୍ନ ଓ ରୁଚିସମ୍ପନ୍ନ ଶୈଳୀରେ ରଚିତ ‘ବାଘବେଶ’ ପାଠକୀୟ ଆଦୃତିର ଅପେକ୍ଷା ରଖେ।
Baghabesha | Padmakanta Dhal | ବାଘବେଶ | ପଦ୍ମକାନ୍ତ ଧଳ | ଗଳ୍ପ ସଂକଳନ
Publisher : Timepass
First edition : 2022
Paperback : 160 pages
Language : Odia
Reading age : 18 years and up
Country of Origin : India