ଇଂ. ସରୋଜ ମହାପାତ୍ର ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସୁପରିଚିତ କବି। ଉଭୟ ମୁକ୍ତଛନ୍ଦ ଓ ଛନ୍ଦରେ କବିତା ଲେଖୁଥିବା କବି ସରୋଜ ହାଉଯାଉ ଜୀବନର ଭିଡ଼ ଭିତରୁ ଚେନାଏ ଅମ୍ଳଜାନ ଭଳି କବିତାର ଅନୁସନ୍ଧାନରେ ଥାଆନ୍ତି। ‘ବୟସର ନନ୍ଦିନୀ ଗୋ’ ତାଙ୍କର ଦ୍ୱିତୀୟ ଗୀତିକବିତା ସଂକଳନ, ଯେଉଁଥିରେ ସେ ନିଜ ନିରୁତା ଆବେଗ ଓ ଅନୁଭବର ସାଙ୍ଗୀତିକ ବିନ୍ୟାସ କରିଛନ୍ତି। ଇତଃସ୍ତତ ଅଭିଜ୍ଞତାର ଫୁଲମାନଙ୍କୁ ନିଖୁଣ ଭାବେ ଗୋଟିଏ ବଗିଚାରେ ସଜେଇଛନ୍ତି। ସଂକଳନଟି ପାଠକମାନଙ୍କ ଦ୍ୱାରା ଆଦୃତ ହେବା ଆଶା କରାଯାଏ।
Bayasara Nandini Go | Er Saroj Mohapatra | ବୟସର ନନ୍ଦିନୀ ଗୋ | ଇଂ ସରୋଜ ମହାପାତ୍ର |
SKU: BNGSMA
₹125.00Price
Publisher : Timepass
First edition : 2023
Paperback : 64 pages
Language : Odia
Reading age : 18 years and up
Country of Origin : India