ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ଗପସବୁ କବିତା ପରି ଟଳମଳ ଟୋପା। ସେ ଟୋପା ପାଠକର ପାପୁଲିରେ ପଡ଼ିଲେ ଚମକିଉଠେ ଚେତନା। ଆଖିରେ ପଡ଼ିଲେ ପାଲଟିଯାଏ ଲୁହ। ଓଠରେ ପଡ଼ିଲେ ପାଲଟିଯାଏ ଚୁମ୍ବନର ଲାଳ। ଛାତିରେ ପଡ଼ିଲେ ଶହେ ଛ’ ଜ୍ୱର। ପ୍ରେମର ପୁଲକ, ବିଶ୍ୱାସର ବାସ୍ନା, ସଂପର୍କର ସାରେଗାମା, ଅପେକ୍ଷାର ଉତ୍କଂଠା, ଅବସୋସର ଛାଇନାଚ ଭିତରେ ତାଙ୍କର ଗପସବୁ ବିନ୍ଦୁବିନ୍ଦୁ ହୋଇ ଝରିପଡ଼ୁଥାନ୍ତି ଭାବର ଭୂମିରେ। ପହଣ୍ଡିବିଜେ ପରି ଟିକେ ଆଗକୁ ତ ଟିକେ ପଛକୁ ଝୁଲିଝୁଲି କାହାଣୀର ମେଢ଼ ମାଡ଼ିଆସୁଥାଏ ପାଠକଆଡ଼କୁ। ଗହଳଚହଳ ଭିତରେ ଆଭାସ ଦେଇ ଚାଲିଯାଏ। ଧରୁଧରୁ ଖସିଯାଏ ପ୍ରଜାପତି ପରି । ଯେମିତି ବିନ୍ଦୁଏ ବର୍ଷା ନାକରେ ପଡ଼ୁପଡ଼ୁ ଉଭେଇଯାଏ କ୍ଷଣକରେ। କବିତାର ଆତ୍ମା ଓ ଗପର ଅଙ୍ଗ ନେଇ ଗଢ଼ା ବିଶ୍ଵରଞ୍ଜନଙ୍କ ଏଇ ଅଳ୍ପକଥାର ଗଳ୍ପସବୁ ଖଟାମିଠା ରାଗଲୁଣିର ସୁଆଦ ଦେବ ନିଶ୍ଚୟ ପାଠକଙ୍କୁ। - ସରୋଜ ବଳ
Bindubindu Barsha | Adhyapak Biswaranjan | ବିନ୍ଦୁବିନ୍ଦୁ ବର୍ଷା | ଅଧ୍ୟାପକ ବିଶ୍ଵରଞ୍
Publisher : Timepass
First edition : 2023
Paperback : 96 pages
Language : Odia
Reading age : 18 years and up
Country of Origin : India