ଶବ୍ଦର ନିଅଣ୍ଟିଆ ପାରିବାପଣକୁ ଟପିଯାଇ ଭାବର ଭିତ୍ତିଭୂମିରେ ଭୟଙ୍କର ଭୂକମ୍ପ ସୃଷ୍ଟି କରିପାରୁଥିବା ଜଣେ ବିଚକ୍ଷଣ କଥାକାର ହେଲେ ଶ୍ୟାମାପ୍ରସାଦ ଚୌଧୁରୀ। ଶୈଳୀରେ ନବୀନତା, କାହାଣୀରେ ଉତ୍କଣ୍ଠା ଓ ଚରିତ୍ରଚିତ୍ରଣରେ ବିଶ୍ୱସନୀୟତା ତାଙ୍କ ଗପର ଖାସିୟତ୍। ‘ଜୟନ୍ତ ଯାହା ଜାଣେନାହିଁ’ ଉପନ୍ୟାସ; ‘ନିଜଠାରୁ ନିଜର ଦୂରତା’, ‘କାପୁରୁଷର ଗୋଡ଼ ଓ ଅନ୍ୟାନ୍ୟ ଗଳ୍ପ’, ‘ମ୍ୟାଜିସିଆନ୍ର ନିଜଲୋକ’ ଆଦି ଗଳ୍ପ ସଂକଳନ ପରେ ‘ଚିଡ଼ିଆଖାନାର ଚିତ୍ର’ ହେଉଛି ତାଙ୍କର ପଞ୍ଚମ ପୁସ୍ତକ। ୧୯୮୩ରେ ଭାରତୀୟ ରାଜସ୍ୱ ସେବାରେ ଆୟକର ଅଧିକାରୀ ପଦରେ କାର୍ଯ୍ୟାରମ୍ଭ କରି ଶ୍ରୀ ଚୌଧୁରୀ ନିକଟରେ ପ୍ରଧାନ-ମୁଖ୍ୟ ଆୟକର କମିଶନର ଭାବେ ସେବାନିବୃତ୍ତ ହୋଇଛନ୍ତି ଓ ସଂପ୍ରତି କୋଲକାତାରେ ସସ୍ତ୍ରୀକ ଅବସ୍ଥାନ କରୁଛନ୍ତି।
Chidiakhanara Chitra | ଚିଡ଼ିଆଖାନାର ଚିତ୍ର | ଶ୍ୟାମାପ୍ରସାଦ ଚୌଧୁରୀ | ଗଳ୍ପ ସଂକଳନ
SKU: CCSPCI
₹195.00Price
Publisher : Timepass
First edition : 2022
Paperback : 192 pages
Language : Odia
Reading age : 18 years and up
Country of Origin : India