ସୁଚିତ୍ରା ପାଣିଗ୍ରାହୀ (୧୯୬୩) ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସୂକ୍ଷ୍ମ ଓ ସାତ୍ତ୍ୱିକ ସ୍ୱର। ଆଘାତକୁ ପ୍ରେମର ଏକ ଉପାଦାନ ଓ ଅପ୍ରାପ୍ତିକୁ ଭାବର ଖଣିଜ ବୋଲି ମନେକରୁଥିବା କବି ସୁଚିତ୍ରାଙ୍କ କବିତାରେ ଅନୁରୂପ ଆବେଗ ଓ ଆତ୍ମାଭିମାନ ଦେଖିବାକୁ ମିଳେ। ତାଙ୍କ କବିତାର ରହିଛି ଏକ ନିର୍ଦ୍ଦିଷ୍ଟ ପରିଧି, ଯେଉଁଠି ସମକାଳୀନ ଧାରା ଓ ବାଦମାନଙ୍କୁ ପ୍ରବେଶ ଅନୁମତି ମିଳେନାହିଁ। ନିରୋଳା ଭାବମନ୍ତ୍ର ଓ ପ୍ରେମଜ ହାର୍ଦ୍ଦିକତାରେ ସମୃଦ୍ଧ ତାର ବ୍ୟାସ। ସେଇସବୁ କବିତାର ଗଢ଼ଣ ଆଟୋପହୀନ, ଆବେଗ ବନ୍ଧନହୀନ, ବ୍ୟଞ୍ଜନା ଘୃଣାହୀନ। ଜୀବନ ପ୍ରତି ନିରୁତା ସଂବେଦନା ଓ ସଂପ୍ରୀତିରୁ ଜାତ ତାଙ୍କ କବିତାର କାୟା। ‘ଚିରକାଳକୁ’ କବି ସୁଚିତ୍ରା ପାଣିଗ୍ରାହୀଙ୍କର ଅଷ୍ଟମ ସଂକଳନ, ଯେଉଁଥିରେ କବିତାମାନେ ଜୀବନର ହାତ ଧରି ଖୁବ୍ ସହଜ ଓ ସ୍ୱାଭାବିକ ଭାବେ ରାସ୍ତା ପାରିହୁଅନ୍ତି।
Chirakalaku | ଚିରକାଳକୁ | ସୁଚିତ୍ରା ପାଣିଗ୍ରାହୀ | କବିତା ସଂକଳନ
Publisher : Timepass
First edition : 2021
Paperback : 120 pages
Language : Odia
Reading age : 18 years and up
Country of Origin : India