ନର୍ମଦା ନୀଳୋତ୍ପଳା ସମକାଳୀନ ଓଡ଼ିଆ କବିତାର ଏମିତିଏକ ଚଳଚଞ୍ଚଳ ନଦୀ, ଯାର ଦୁଇ ତଟରେ ଭାବର ଫସଲ ଗୀତ ଗାଏ। ଜୀବନରୁ ଉପାଦାନ ତୋଳୁଥିବା ତାଙ୍କ କବିତାର ପାପୁଲି ଆମ ଆଗରେ ଅଜାଡ଼ିଦିଏ ସୁଖ-ଦୁଃଖ, ଭାବ-ଅଭାବ, ସଙ୍ଗତି-ଅସଙ୍ଗତିର ପାଛୁଡ଼ା ଆବେଗ। ସହଜ ଭାଷାରେ ଅସହଜ ସମୟର କୋହ ଓ କାରୁଣ୍ୟ ଭେଟି ଦେଉଥିବା ନର୍ମଦାଙ୍କ କବିତା ପାଠକର ଆତ୍ମାରେ ଛୁଞ୍ଚି ଫୋଡ଼ିଦେଇ ଉଭାନ୍ ହେଇଯାଏ। ମୁଁ ନଥିବା ଯାଏ, ମାଟିପିଣ୍ଡା ଆଦି ଗପବହି ଓ ଦୁଃଖଦୋଳି, ସୂର୍ଯ୍ୟଫୁଲ, ନିଜନିଜର ପ୍ରେମକ୍ଷେତ୍ର ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସୁପରିଚିତା କବି ନର୍ମଦା ନୀଳୋତ୍ପଳା ‘ଚିତ୍ରମୟ ମିତ୍ରମୟ’ ସଂକଳନରେ ଫିଟେଇ ଦେଇଛନ୍ତି ବିଶ୍ୱାସର ଖୋସଣୀ, ଯିଏ ସଂଦେହୀ ପବନକୁ ଆକ୍ତାମାକ୍ତା କରି ମାନବିକତାର ବାସ୍ନା ବୁଣେ।
Chitramaya Mitramaya | Narmada Nilotpala | ଚିତ୍ରମୟ ମିତ୍ରମୟ | ନର୍ମଦା ନୀଳୋତ୍ପଳା |
SKU: CMMMNNA
₹145.00Price
Publisher : Timepass
First edition : 2023
Paperback : 120 pages
Language : Odia
Reading age : 18 years and up
Country of Origin : India