ପ୍ରବୀଣା ମହାନ୍ତି ଆବେଗ ଓ ଆଦର୍ଶର କଥାକାର। ସମ୍ପର୍କ ହେଉ କି ଶିକ୍ଷା, ପରିବାର ହେଉ କି ପ୍ରେମ, ଜୀବନର ଛନ୍ଦକୁ ସେ ସବୁଠି ଖୋଜନ୍ତି। ଶାଳୀନ, ମାର୍ଜିତ ଓ ସୂକ୍ଷ୍ମ ଅବବୋଧଗୁଡ଼ିକୁ ସେଥିପାଇଁ ତାଙ୍କ ଗଳ୍ପରେ ଆମେ ବରାବର ଭେଟୁ। ବାହ୍ୟ ଦୃଶ୍ୟର ଭେଳିକିରେ ପଡ଼ିଯାଉଥିବା ମଣିଷ, ଦୃଶ୍ୟ ପଛର ଦୃଶ୍ୟଠାରୁ ଦୂରେଇଯାଇ କେମିତି ଛଟପଟ ହୁଏ, ତାର ନିଖୁଣ ଉପସ୍ଥାପନା ଥାଏ ତାଙ୍କ ଗପଗୁଡ଼ିକରେ। ‘ଦୁଃଖପାସୋରା ଝିଅ’ ସେଇଭଳି କିଛି ଦୃଶ୍ୟ ପଛର କାହାଣୀ ଖୋଲିଧରେ ଆମ ସାମ୍ନାରେ। ଖାଲି ଆଖିରେ ଧରାପଡ଼ୁନଥିବା ଆମ ଆଖପାଖର ଘଟଣା ଓ ଚରିତ୍ରମାନଙ୍କୁ ମା ପରି କୋଳେଇଆଣି ତାକୁ ଗପରେ ଥଇଥାନ କରିବାରେ ସିଦ୍ଧହସ୍ତା ପ୍ରବୀଣାଙ୍କ ଏ ସଂକଳନଟିର ବି ଅଛି ସମାନ ଆକର୍ଷଣ। ତାଙ୍କ ସର୍ଜନାର ସବୁଠୁ ଉଲ୍ଲେଖନୀୟ ଦିଗଟି ହେଲା, ଘଟଣା-ଚରିତ୍ରର ବିଶ୍ୱସନୀୟ ଉପସ୍ଥାପନ, ଯାହା ଗପ ବୁଝୁନଥିବା ଲୋକଟେକୁ ବି ଘଡ଼ିଏ ଅଟକାଇଦେବାର ସାମର୍ଥ୍ୟ ରଖେ। - ପ୍ରବୀଣା ମହାନ୍ତି
Dukhapasora Jhia | ଦୁଃଖପାସୋରା ଝିଅ | ପ୍ରବୀଣା ମହାନ୍ତି | ଗଳ୍ପ ସଂକଳନ
Publisher : Timepass
First edition : 2021
Paperback : 200 pages
Language : Odia
Reading age : 18 years and up
Country of Origin : India