କବି ଗାୟତ୍ରୀବାଳା ପଣ୍ଡା (୧୯୭୭)ଙ୍କ ପ୍ରଥମ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାରପ୍ରାପ୍ତ କବିତା ସଂକଳନ ହେଉଛି ‘ଗାଁ’, ଯାହା ୨୦୦୮ ମସିହାରେ ପ୍ରକାଶିତ ଓ ୨୦୧୨ରେ ପୁନର୍ମୁଦ୍ରିତ ହୋଇଥିଲା। ପୁସ୍ତକଟିର ପାଠକୀୟ ଆଦୃତିକୁ ନଜରରେ ରଖି ଏବେ ଏହାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି। ଗାୟତ୍ରୀବାଳା ପଣ୍ଡାଙ୍କ ‘ଗାଁ’ରେ ପାଠକ ଭେଟିବେ ବଦଳିଯାଉଥିବା ଭାରତୀୟ ଗ୍ରାମ୍ୟ ପରିବେଶ ଓ ଚରିତ୍ରର ଅନେକ ନିଚ୍ଛକ ଦୃଶ୍ୟ। ଛାତି ଭିତରେ ଅଟକିଯାଇଥିବା ଗାଁକୁ ଝୁରିହେବା ଛଳରେ କବି ଲୁହଭରା ଆଖିରେ ଦେଖୁଛନ୍ତି ଆଧୁନିକତାର ହାତଅଙ୍କା ଗୋଟେ ଅବୁଝା ଅଚିହ୍ନା ଗାଁର ଛବି। କୋହରେ ଗଢ଼ା ଏହି କବିତା ଭିତରେ ଆମ ସାମାଜିକ ଚଳଣି ଓ ଚରିତ୍ରମାନଙ୍କର ଅପସୃୟମାଣ ଆଦର୍ଶ ଦେଖିବାକୁ ମିଳେ।
Gaan | Gayatribala Panda | ଗାଁ | ଗାୟତ୍ରୀବାଳା ପଣ୍ଡା | କବିତା ସଂକଳନ | ତୃତୀୟ ସଂସ୍କରଣ
SKU: GGPA
₹145.00Price
Publisher : Timepass
First edition : 2023
Paperback : 102 pages
Language : Odia
Reading age : 18 years and up
Country of Origin : India