top of page

ଓଡ଼ିଆ ଗାଳ୍ପିକ ଏବଂ ସାହିତ୍ୟ-ସମାଲୋଚକମାନଙ୍କ ମଧ୍ୟରେ ବିରାଜ ମୋହନ ଦାସ (୧୯୫୫) ଏକ ପରିଚିତ ନାମ। କାହାଣୀଧର୍ମୀ ଗଳ୍ପ ଲେଖୁଥିବା ଶ୍ରୀ ଦାସଙ୍କ ଗଳ୍ପରେ ଆଙ୍ଗିକଠାରୁ ଭାବବସ୍ତୁର ପ୍ରାଧାନ୍ୟ ପରିଲକ୍ଷିତ। ଗଳ୍ପଗୁଡ଼ିକର ଚରିତ୍ରମାନେ ଯେ ଗଳ୍ପପୁରୁଷଙ୍କର ଅତି ଆପଣାର ମଣିଷ, ତାହା ବେଶ୍‍ ବାରି ହୋଇପଡ଼େ। ମାନବିକ ସମ୍ବେଦନଶୀଳତା ସୃଷ୍ଟି, ସ୍ଥାୟୀ ମୂଲ୍ୟବୋଧର ପ୍ରତିଷ୍ଠା ଏବଂ ସାମାଜିକ ସଂହତି ପ୍ରତି ଅଙ୍ଗୀକାରବଦ୍ଧତା ତାଙ୍କ ଗଳ୍ପଗୁଡ଼ିକର ମୁଖ୍ୟ ସ୍ୱର। ପୂର୍ବରୁ ପ୍ରକାଶିତ ‘ସୂର୍ଯ୍ୟାସ୍ତର ରଙ୍ଗ’ ଓ ‘ଚିହ୍ନାମୁହଁ ଅଚିହ୍ନାମନ’ରେ ସ୍ଥାନିତ ଗଳ୍ପଗୁଡ଼ିକ ସହିତ ଆଉକିଛି ଗଳ୍ପର ସମାହାର ଏଇ ‘ଗଳ୍ପ ସମଗ୍ର’। ସର୍ଜନଶୀଳ ସାହିତ୍ୟକୁ ପ୍ରଭାବିତ କରୁଥିବା ସମାଜତତ୍ତ୍ୱ, ନୃତତ୍ତ୍ୱ, ରାଷ୍ଟ୍ରନୀତି, ଅର୍ଥନୀତି, ସାମାଜିକ ବିଧିବ୍ୟବସ୍ଥା ଓ ଚଳଣି ଆଦିକୁ ଅନୁଶୀଳନ ଏବଂ ବିଶ୍ଳେଷଣ କରି ସାହିତ୍ୟ ସମାଲୋଚନାର ଦିଗ୍‍ବଳୟକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସେ ପ୍ରୟାସରତ। ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିବା ତାଙ୍କର ପିଏଚ.ଡି. ନିବନ୍ଧ ‘ଓଡ଼ିଆ କ୍ଷୁଦ୍ରଗଳ୍ପରେ ଅନୁନ୍ନତ ସଂପ୍ରଦାୟ’, ଆଲୋଚନା ପୁସ୍ତକ ‘ଓଡ଼ିଆ କଥାସାହିତ୍ୟର କେତୋଟି ଦିଗ’, ‘ଆଲୋଚନା ପ୍ରତ୍ୟାଲୋଚନା’ ଓ ‘ଆଦିରୁ ଅନନ୍ତ’ରେ ତାଙ୍କ ଅନୁଶୀଳନ ଓ ବିଶ୍ଳେଷଣରେ ପରିଲକ୍ଷିତ ନୂତନତ୍ୱ ତଥା ମନନଶୀଳତା ପରିଦୃଷ୍ଟ। ‘ଚିର ବସନ୍ତ’, ‘କୃଷ୍ଣପ୍ରସାଦ ମାନସ’, ‘ପୁଣ୍ୟବତୀ ଗୋଦାବରୀ’, ‘ପ୍ରସଙ୍ଗ ଗଣେଶ୍ୱର ମିଶ୍ର’ ଓ ଦୁଇଖଣ୍ଡରେ ପ୍ରକାଶିତ ‘କୃଷ୍ଣପ୍ରସାଦ ଗ୍ରନ୍ଥାବଳୀ’ ତାଙ୍କ ଦ୍ୱାରା ସମ୍ପାଦିତ। ସେ ମଧ୍ୟ ‘ମହାନ ବିପ୍ଳବୀ ବାଘାଯତୀନ ଓ ରାସବିହାରୀ’ ଏବଂ ‘ବହିର ନିଜକଥା’ ଶିଶୁସାହିତ୍ୟ ପୁସ୍ତକର ଲେଖକ। Oxford University କର୍ତ୍ତୃକ ପ୍ରକାଶିତ ବହୁଳ ପ୍ରସାରିତ Oxford English-English-Odia Dictionary ସମ୍ପାଦନାରେ ମଧ୍ୟ ସେ ସଂପୃକ୍ତ। ତାଙ୍କର ଏହି ଗଳ୍ପ ସମଗ୍ର ପାଠକାଦୃତି ଲାଭକରିବ ବୋଲି ବିଶ୍ୱାସ।

Galpa Samagra | Biraj Mohan Das | ଗଳ୍ପ ସମଗ୍ର | ବିରାଜ ମୋହନ ଦାସ

SKU: GSBMDS
₹345.00Price
Quantity
  • Publisher ‏ : ‎ Timepass

    First edition : 2022

    Paperback ‏ : ‎ 304 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page