top of page

ସମକାଳୀନ ଓଡ଼ିଆ କଥାସାହିତ୍ୟରେ ପବିତ୍ର ପାଣିଗ୍ରାହୀ ଅନ୍ୟତମ ସମର୍ଥ କଥାକାର। ତାଙ୍କ ହାତ ବାଜିଲେ ନିଷ୍ପ୍ରାଣ ପଥର ଭିତରୁ ଉଙ୍କିମାରି ଚାହେଁ ଗଳ୍ପର ଅହଲ୍ୟା। ନିଶ୍ଚୁପ ସାଳନ୍ଦୀରେ କୁଳୁକୁଳୁ ହୁଏ କାହାଣୀର କୁହୁକ ଢ଼େଉ। ପ୍ରେମ, ନଷ୍ଟାଲ୍‍ଜିଆ, ସଂପର୍କର ସୁକୁମାର ସୁଷମା ସାଙ୍ଗକୁ ଜୀବନର ଜଟିଳ ଯାଂତ୍ରିକତା ଓ ଯାବତୀୟ ସଂଘର୍ଷର ଚିତ୍ରନାଟ୍ୟ ତାଙ୍କ ଗଳ୍ପକୁ ଯାଚେ ଅଲଗା ପରିଚୟ, ଅଲଗା ଆତ୍ମୀୟତା। ଅଙ୍ଗେନିଭା ଘଟଣାକୁ ଆଂତରିକତାର ଉଷ୍ମତା ଓ ବିଚାରର ମୌଳିକତା ଦେଇ ସେ ବନେଇପାରନ୍ତି ସୁଖପାଠ୍ୟ ଗଳ୍ପଟିଏ। କଳ୍ପନା ନୁହେଁ, ବାସ୍ତବତାର ବସ୍ତିରୁ ସେ ସାଉଁଟିଆଣନ୍ତି ଭ୍ରୂଣ ଅସୁମାରୀ ଅଲୌକିକ ଗଳ୍ପର। ଯେଉଁ ଗଳ୍ପ ନିଃସନ୍ଦେହରେ ଆମ ସମୟର କାହାଣୀ ହିଁ କହୁଥାଏ। ‘ଗପର ମୁହଁ’ରେ ଏମିତି ଅନେକ ଚିହ୍ନାମୁହଁକୁ ଆପଣ ଭେଟିବେ ଓ ଭେଟିସାରି ଭାବିବେ ୟେ ତ ମୋ ଆଖପାଖର କଥା, ନିଜ କଥା। ଏହି ସଂକଳନଟି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା କଥାକାର ପବିତ୍ର ପାଣିଗ୍ରାହୀ ସଂପ୍ରତି ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସ୍ଥାପିତ।

Gapara Muhan | ଗପର ମୁହଁ | ପବିତ୍ର ପାଣିଗ୍ରାହୀ | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ର

SKU: GMPPI
₹195.00Price
Quantity
  • Publisher ‏ : ‎ Timepass

    First edition : 2021

    Paperback ‏ : ‎232 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page