top of page

ମୃତ୍ୟୁ କଣ କେବଳ ଜୀବନ ଶେଷରେ ଆସେ; ଜୀବନ ଭିତରେ ଆସେନା ବାରଂବାର? ମୃତ୍ୟୁ କଣ ଜୀବନର ଆରପାଖ ଏକ ଗ୍ରହ; ଯେଉଁଠି ଆଦୌ ନାହିଁ ଜୀବନର ବିଗ୍ରହ? ମୃତ୍ୟୁ କଣ ଖାଲି ‘ମୃତ୍ୟୁ’ର କଥା କହେ; ତା ଭିତରେ ବିଲକୁଲ୍‍ ଜୀବନ ନଥାଏ? ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ, ଅନେକ ସନ୍ଦେହ, ଅନେକ ରହସ୍ୟ। ବିଜ୍ଞାନର ହଜାରେ ଆବିଷ୍କାର ଓ ଉଦ୍‍ଭାବନ ପରେ ବି ମୃତ୍ୟୁ ଅମର ହୋଇ ରହିଛି ଓ ଜୀବନ ହୋଇ ରହିଛି ମରଣଶୀଳ। ବୋଧେ ସେଇ ମରଣଶୀଳତା ହିଁ ଜୀବନକୁ ଦେଇଛି ଅମୃତ। ସେଇ ମୃତ୍ୟୁ ହିଁ ବଢ଼ାଇଛି ଜୀବନର ବଜାର ଦର। ମୃତ୍ୟୁଚେତନାକୁ ନେଇ ଅନେକ ଅଦ୍ଭୁତ ଓ ଚମତ୍କାର ଗପ ଲେଖାଯାଇଛି ଓଡ଼ିଆ ସାହିତ୍ୟରେ ଓ ମୃତ୍ୟୁ ଯେ ଏତେ କଳାତ୍ମକ ଦିଶିପାରେ, ପ୍ରମାଣିତ ହୋଇଛି ସେଇ ଗପଗୁଡ଼ିକରେ। ସେମିତିକିଛି ଗପକୁ ନେଇ ପ୍ରସ୍ତୁତ ଏଇ ବିଶେଷ ସଂକଳନ, ଯାହାର ପରିକଳ୍ପନା ଓ ପ୍ରୟାସ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଆମ ସମୟର ଦୁଇ ସୁଖ୍ୟାତ କଥାକାର ଦେବବ୍ରତ ମଦନରାୟ ଏବଂ ପବିତ୍ର ପାଣିଗ୍ରାହୀ। ‘ଗୋଧୂଳି ଗପ’ ପାଠକମାନଙ୍କ ଦ୍ଵାରା ଖୁବ୍‍ ଆଦୃତ ହେବ, ବିଶ୍ଵାସ ଅଛି।

Godhuli Gapa | Debabrata Madanray & Pabitra Panigrahi | ଗୋଧୂଳି ଗପ | ଦେବବ୍ରତ ମଦନର

SKU: GGDMYPPI
₹445.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback ‏ : ‎416 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page