ଅୟସର ବୟସରେ ଏଯାବତ୍ ଅଟକିରହିଥିବା ଦେବଦାସ ଛୋଟରାୟ ଓଡ଼ିଆ ସାହିତ୍ୟ ଓ ସିନେମାଗୀତର ଜଣେ ନିର୍ବିକଳ୍ପ ସ୍ରଷ୍ଟା। ତାଙ୍କର ପ୍ରଥମ କବିତା ସଂକଳନ ‘ନୀଳ ସରସ୍ୱତୀ’ ଛପାହେବାର ପାଞ୍ଚବର୍ଷ ପରେ, ପ୍ରଥମ ଗଳ୍ପ ସଂଗ୍ରହ ‘ଲାଲ୍ମାଛ’ ପ୍ରକାଶ ପାଇଥିଲା। ଯେହେତୁ ତାଙ୍କର ରଚନାସବୁ ପ୍ରାୟ ଦୃଶ୍ୟସର୍ବସ୍ୱ ଓ ଅଭିବ୍ୟକ୍ତିର ନିଜସ୍ୱ ରଙ୍ଗ ଥାଏ ବୋଲି ସେ ବିଶ୍ୱାସ ରଖନ୍ତି, ତେଣୁ ତାଙ୍କର Colour Trilogyର ସଦ୍ୟତମ ପୁସ୍ତକ ‘ହଳଦିଆ ଉଡ଼ାଜାହାଜ’। ତାଙ୍କ କବିତାର ସରସ୍ୱତୀ ଯେମିତି ଶ୍ୱେତଧବଳା ନହୋଇ ନୀଳ ହୋଇଯାଆନ୍ତି ଓ ‘ଲାଲ୍ମାଛ’ ସ୍ୱପ୍ନ ଭିତରେ ବି ଯୁଗ୍ପତ୍ ପ୍ରେମ ଓ ଈର୍ଷାର ପ୍ରତୀକ ଭାବରେ ପହଁରେ, ସେମିତି ତୃତୀୟ ରଙ୍ଗର ଏହି ‘ହଳଦିଆ ଉଡ଼ାଜାହାଜ’ ମନର ହାଲୁକାନୀଳ ଆକାଶରେ ଉଡ଼ାଣ ଭରୁଛି ତାର ନିଜର ପାଇଲଟ୍, ହୋଷ୍ଟେସ୍ ଆଉ ଯାତ୍ରୀଙ୍କର ଆସନ ବ୍ୟବସ୍ଥା ସହିତ। ଏଇ ଫ୍ଲାଇଟ୍ରେ ସେ ଏକା ଯାଉନାହାନ୍ତି, କି ତାଙ୍କର ଗୋଟିଏ ରକମର ଲେଖା ଯାଉନି। ତାଙ୍କର ସବୁ ରକମର ପାଗଳପଣ ତାଙ୍କ ସାଙ୍ଗରେ ଯାଉଛନ୍ତି। ଆହୁରି ସାଙ୍ଗରେ ଯାଉଛନ୍ତି କିଛି ସହଯାତ୍ରୀ, ଯେଉଁମାନଙ୍କର ଲେଖା ଆଉ କଥା ଆଉ ବ୍ୟକ୍ତିତ୍ୱ, ଦେବଦାସଙ୍କ ରକ୍ତଗତ ନିଃସଙ୍ଗତା ଆଉ ଅପାରଗତାକୁ ଆଜି ପର୍ଯ୍ୟନ୍ତ ଲାଘବ କରିଆସିଚି। ଆଉ ସବୁଠୁ ମଜାକଥା ହେଲା, ଏଥିରେ ଯାତ୍ରା ପାଇଁ କେବଳ ଅଛି ଗୋଟିଏ ତରଫର ଟିକେଟ୍। କିନ୍ତୁ ପହଞ୍ଚିବାର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ, କି ଫେରିବାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। -ସରୋଜ ବଳ
Haladia Udajahaja | Devdas Chhotray | ହଳଦିଆ ଉଡ଼ାଜାହାଜ | ଦେବଦାସ ଛୋଟରାୟ | ଗପ-କବିତା-
Publisher : Timepass
First edition : 2022
Paperback : 544 pages
Language : Odia
Reading age : 18 years and up
Country of Origin : India