ସମକାଳୀନ ଓଡ଼ିଆ କବିତାରେ କବି କମଳ କୁମାର ମହାନ୍ତି ଏକ ସମୃଦ୍ଧ ଓ ଶ୍ରଦ୍ଧାଶୀଳ ଉଚ୍ଚାରଣ। ଭାବ ଓ ଆବେଗର ପୁଞ୍ଜିରେ ତାଙ୍କର କବିତାର ଆବେଦନ ବେଶ୍ ପୁଷ୍କଳ ଓ ହୃଦ୍ୟ। ଜୀବନର ବହୁବିଧ ବାସ୍ତବତା ସହିତ ସେ ଭୋଗିଥିବା ସକଳ ପୁଲକିତ ମୁହୂର୍ତ୍ତ, ହର୍ଷ, ବିଷାଦ, ଆହ୍ଲାଦ ଓ ସୌନ୍ଦର୍ଯ୍ୟବୋଧ ତାଙ୍କ କବିତାରେ ପରିସ୍ଫୁଟ ହୋଇଥାଏ। ‘ହୃଦୟରାଗ' କବିଙ୍କର ସପ୍ତମ କବିତା ସଙ୍କଳନ, ଯେଉଁଥିରେ ତାଙ୍କ ହୃଦୟବତ୍ତା ଶବ୍ଦର ଅନୁରାଗ ଦେଇ ପ୍ରବାହିତ ହୋଇଛି। ହୃଦୟର ଝର୍କା ଦେଇ ସେ ସାରା ପୃଥିବୀକୁ ନିରେଖିଛନ୍ତି, ପରଖିଛନ୍ତି। ହୃଦୟର ଭାଷାରେ ରଚିଛନ୍ତି କବିତାର ଧୁନ୍। ବହିଟି ଯେ ପ୍ରଚୁର ପାଠକୀୟତା ଲାଭ କରିବ, ଏଥିରେ ସନ୍ଦେହ ନାହିଁ।
Hrudayaraga | ହୃଦୟରାଗ | କମଳ କୁମାର ମହାନ୍ତି | କବିତା ସଂକଳନ
SKU: HRKKMY
₹125.00Price
Publisher : Timepass
First edition : 2021
Paperback : 132 pages
Language : Odia
Reading age : 18 years and up
Country of Origin : India