ଆଶିଷ କୁମାର ମିଶ୍ର ନବପ୍ରଜନ୍ମର କବିଙ୍କ ଭିତରୁ ଯଥେଷ୍ଟ ଭିନ୍ନ ଓ ସ୍ଵତନ୍ତ୍ର। ତାଙ୍କ କବିତାର ଆତ୍ମା ଆୟୋଜିତ ନୁହେଁ, ପ୍ରକୃତିଦତ୍ତ। ଏପରିକି ଶୈଳୀ ମଧ୍ୟ ଅନେକଟା ତାଙ୍କ ଭଳି ବୋହିମିଆନ୍ ଓ ବ୍ୟାକରଣବିହୀନ। ସମକାଳୀନ କବିତାର ଧରା ଓ ଧାରାଠାରୁ ସେ ନିଜ ସର୍ଜନଶୀଳତାକୁ ପ୍ରାୟତଃ ଦୂରେଇ ରଖିଛନ୍ତି ଓ ତାହା ହିଁ ତାଙ୍କର କାବ୍ୟଗୁଣ। ‘ଯା କହିଲେ ଯିବିନି’ ଆଶିଷଙ୍କର ତୃତୀୟ କବିତା ସଂକଳନ। ପୂର୍ବବର୍ତ୍ତୀ ସଂକଳନ ‘ଗୀତ ଗାଆରେ ପକ୍ଷୀ’ ଓ ‘ନଈକି ଯିବା ଆସ’ରେ ସେ ଯେଉଁ ବାହ୍ୟଜଗତର ଖୋଜ୍ରେ ଥିଲେ, ତାହା ଏହି ସଂକଳନରେ ଲେଉଟିଆସି ଅନ୍ତର୍ଲୀନ ହୋଇଛି। ନିଜକୁ ଓ ନିଜ ଭିତରର ଅବଦମିତ ଆବେଗ, ଆତଙ୍କ ଓ ଉଲ୍ଲାସକୁ ସେ ଅକ୍ତିଆର କରି ବହିର ପୃଷ୍ଠା ଭିତରକୁ ନେଇଆସିବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ନିଶ୍ଚୟ। ଭାବ, ଭାଷା ଓ ଭାସ୍କର୍ଯ୍ୟରେ ଅନେକଟା ଭିନ୍ନ ଏହି ସଂକଳନଟି କବିତାଭୁକ୍ ପାଠକଙ୍କୁ ନୂଆ ସ୍ଵାଦ ଦେବ, ନିଃସନ୍ଦେହ। - ସରୋଜ ବଳ
Ja Kahile Jibini | Ashish Kumar Mishra | ଯା କହିଲେ ଯିବିନି | ଆଶିଷ କୁମାର ମିଶ୍ର | କବ
Publisher : Timepass
First edition : 2023
Paperback : 88 pages
Language : Odia
Reading age : 18 years and up
Country of Origin : India