କ୍ଷୀରୋଦ ପରିଡ଼ା ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ବିସ୍ମୟ ପ୍ରତିଭା। କବିତା, ଗଳ୍ପ, ଅନୁବାଦ, ଫିଚର, ସଂପାଦନା ଆଦି ଅନେକ ବିଭାଗରେ ରହିଛି ତାଙ୍କର ସ୍ପଷ୍ଟ ହସ୍ତାକ୍ଷର। ପତ୍ରପତ୍ରିକାରେ ଦେଶବିଦେଶର ପ୍ରସିଦ୍ଧ ଲେଖକଙ୍କ କୃତିତ୍ୱ ଓ ବ୍ୟକ୍ତିତ୍ୱ ସଂପର୍କରେ ଫିଚର ଉପସ୍ଥାପନା କରି ସେ ବେଶ୍ ପାଠକୀୟ ଆଦର ଲାଭ କରିଛନ୍ତି। ଲେଖକୀୟ ସ୍ୱୀକାରୋକ୍ତି ଶୃଙ୍ଖଳାରେ ‘ଜ୍ଞାନପୀଠ ବିଜୟୀ କଥାକାରଙ୍କ ଆତ୍ମକଥନ’ ହେଉଛି ଶ୍ରୀ ପରିଡ଼ାଙ୍କର ଦ୍ୱିତୀୟ ଫିଚର ପୁସ୍ତକ, ଯାହା ଭାରତୀୟ ଜ୍ଞାନପୀଠ ପୁରସ୍କାର ବିଜେତା କଥାଶିଳ୍ପୀମାନଙ୍କ ଉପରେ ଆଧାରିତ। ଏଥିପୂର୍ବରୁ ତାଙ୍କର ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’ ପ୍ରକାଶ ପାଇ ବେଶ୍ ପାଠକୀୟ ଆଦୃତି ମିଳିଛି। ବାଇଶ ଜଣ ଜ୍ଞାନପୀଠ ବିଜୟୀ କଥାକାରଙ୍କ ‘ଆତ୍ମକଥନ’ ଆଧାରରେ ପ୍ରସ୍ତୁତ ଏହି ପୁସ୍ତକ, ଯାହା ମୂଳତଃ ତାଙ୍କ କଥାଯାତ୍ରାର କାହାଣୀ ଓ ନାନାଦି ଅନୁଭବରେ ସମୃଦ୍ଧ। ଗଳ୍ପ ଓ ଉପନ୍ୟାସର ସଚେତନ ପାଠକ, ଲେଖକ ତଥା କଥାସାହିତ୍ୟର ଗବେଷକମାନଙ୍କ ପାଇଁ ପୁସ୍ତକଟି ଉପାଦେୟ ହେବ ନିଶ୍ଚୟ। - ସରୋଜ ବଳ JBKAKPA
Jnanapith Bijayi Kathakaranka Atmakathan | Kshirod Parida | ଜ୍ଞାନପୀଠ ବିଜୟୀ କଥାକା
Publisher : Timepass
First edition : 2023
Paperback : 236 pages
ISBN-13 : 978-9395682787
Language : Odia
Reading age : 18 years and up
Country of Origin : India