ଜୀବନ ଓ ଜୀବନବୋଧ ହିଁ ତାଙ୍କ କବିତାର କଂଚାମାଲ୍। ଭାବର ଉପଦ୍ରବରୁ ମୁକୁଳି ଗୋଟେ ଉଚ୍ଛନ୍ନ ଆକୁଳତା ଓ ସ୍ୱଭାଭସୁଲଭ ଆଧୁନିକ ଠାଣିରେ ବଡ଼ ଦର୍ପରେ ମୁଣ୍ଡଉଠେଇ ଚାଲୁଥିବା ତାଙ୍କ କବିତା ହେଉଛି ଆମ ଭାରତୀୟ ସାମୂହିକ ନାରୀତ୍ୱର ଏକ ଉଜ୍ଜ୍ୱଳ ପ୍ରତୀକ। ବିନ୍ଦୁର ଆବାହନରେ ସିନ୍ଧୁ ସୃଷ୍ଟି କରିପାରୁଥିବା ଏକ ପ୍ରଗଳ୍ଭ ନଦୀ। ସେ ନଦୀରେ ଆପଣ ମନଇଚ୍ଛା ମାଜିପାରନ୍ତି ମନ, ହେଲେ ବୁଡ଼ି ବି ଯାଇପାରନ୍ତି ଯଦି ହେବେ ସାମାନ୍ୟ ଅସାବଧାନ। ତୋ ପାଇଁ ମୁଁ ରୂପବନ୍ତ, ତୁମ ନଆସିବା ନେଇ, ସ୍ତ୍ରୀଲୋକ, କାଳିଝିଅ, ମା ହବାର ଦୁଃଖ, ମୋତେ ଆକାଶ କଥା ପଚାରନା, କାତି କାତିଆ କାତ୍ୟାୟନୀ ଆଦି କବିତା ସଂକଳନରୁ ପ୍ରଭାବଶାଳୀ କିଛି କବିତା ପାଛୁଡ଼ିଆଣି ପରଶାଯାଇଛି ‘କହେ ଗିରିବାଳା’ ସଂକଳନରେ; ଯାହା ଆମକୁ ନେଇଯାଆନ୍ତି ଭିନ୍ନଭିନ୍ନ ଭାବର ଆକାଶକୁ ସେମାନଙ୍କ କୁନିକୁନି ଅଥଚ ଶକ୍ତିଶାଳୀ ଡେଣାରେ ଉଡ଼େଇ। ‘କହେ ଗିରିବାଳା’ ସମକାଳୀନ ଓଡ଼ିଆ କବିତା ପାଇଁ ଏକ ସମୃଦ୍ଧ ଓ ସିଦ୍ଧ ଉପହାର, ଏଥିରେ ସନ୍ଦେହ ନାହିଁ।
Kahe Giribala | Giribala Mohanty | କହେ ଗିରିବାଳା | ଗିରିବାଳା ମହାନ୍ତି | ନିର୍ବାଚିତ କ
Publisher : Timepass
First edition : 2022
Paperback : 392 pages
Language : Odia
Reading age : 18 years and up
Country of Origin : India