top of page

ସଦାନନ୍ଦ ତ୍ରିପାଠୀ (୧୯୫୬) ୧୯୭୫ ମସିହାରୁ, ନିୟମିତ ଭାବରେ ସଦାନନ୍ଦ ଗଳ୍ପ ଲେଖୁଛନ୍ତି । ‘କଥା ଶୁଭେ, ଲଥା ଲୁଚିଯାଏ’ ତାଙ୍କର ସପ୍ତଦଶ ଗଳ୍ପ ସଂକଳନ । ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଗଳ୍ପ ରଚନା ଅବ୍ୟାହତ ରଖିଛନ୍ତି । କିନ୍ତୁ ଗୋଟିଏ ଶଗଡ଼ଗୁଳାରେ ଚାଲିବାର ଅଭ୍ୟାସ ତାଙ୍କର ନାହିଁ । ସେ ବାରମ୍ବାର ନିଜ ଗଳ୍ପର ମୋଡ଼ ବଦଳାଇ ଚାଲିଛନ୍ତି । ତାଙ୍କ ଗଳ୍ପର ଭୂଗୋଳ ଏବଂ ଭାଷା ତାଙ୍କର ସମକାଳୀନ ଗାଳ୍ପିକଙ୍କ ଠାରୁ ଅଲଗା । ସେ ଯେଭଳି ଦାଦନ ଶ୍ରମିକ ଭଳି ଗମ୍ଭୀର ଅର୍ଥନୈତିକ ସମସ୍ୟାକୁ ନେଇ ଭିନ୍ନ ଉଚ୍ଚତାର ଗଲ୍ପ ଲେଖିପାରନ୍ତି; ସାମାନ୍ୟ ଭାବବସ୍ତୁକୁ ଅବଲମ୍ବନ କରି ସେହିଭଳି ‘ଭୁବନେଶ୍ୱରରେ ଭୟ ଲାଗେ’ ପରି ଅସାମାନ୍ୟ ଗଳ୍ପ ମଧ୍ୟ ସେ ଲେଖି ଜାଣନ୍ତି । ଆମେ ବିଂଶ ଶତାବ୍ଦୀର ଆଦର୍ଶବାଦକୁ ପଛରେ ଛାଡ଼ି ଏକବିଂଶ ଶତାବ୍ଦୀର ନୂତନ ପ୍ରଯୁକ୍ତି ଯୁଗରେ ପ୍ରବେଶ କରିସାରିଛୁ । ସ୍ମାର୍ଟଫୋନ୍‌, ଲାପଟପ୍ ଏବଂ କରୋନା ମହାମାରୀ- ଜୀବନ ଓ ଜଗତ ସମ୍ପର୍କରେ ଆମର ପୂର୍ବ ଧ୍ୟାନ-ଧାରଣାକୁ ଶକ୍ତ ଧକ୍କା ଦେଇଛି । ଜୀବନ ଓ ଜଗତର ଏହି ପରିବର୍ତ୍ତିତ ଜଟିଳତା କିପରି ଆମ ବ୍ୟକ୍ତି ଜୀବନକୁ ପ୍ରଭାବିତ କରିଛି ତାର ଗ୍ରନ୍ଥିମୋଚନ ଆଧୁନିକ କଥା ସାହିତ୍ୟିକ ପାଇଁ ଏକ ବିଶାଳ ଆହ୍ୱାନ । ଏ ଆହ୍ୱାନର ମୁକାବିଲା କରିବାର ଶକ୍ତି ଓ ସାମର୍ଥ୍ୟ ସଦାନନ୍ଦ ତ୍ରିପାଠୀଙ୍କର ରହିଛି । ‘କଥା ଶୁଭେ, ଲଥା ଲୁଚିଯାଏ’ ଗଳ୍ପ ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକ ତାହାର ସୂଚନା ବହନ କରିଛି । - ବିଭୂତି ପଟ୍ଟନାୟକ

Katha Subhe Latha Luchijae | Sadananda Tripathy | କଥା ଶୁଭେ ଲଥା ଲୁଚିଯାଏ | ସଦାନନ୍ଦ

SKU: KSLLSTY
₹245.00Price
Quantity
  • Publisher ‏ : ‎ Timepass

    First edition : 2022

    Paperback ‏ : ‎ 184 pages

    ISBN-13 ‏ : ‎ 978-9395682695

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page