top of page

ଗଳ୍ପର ରାସ୍ତାରେ ଦେବବ୍ରତ ଦାସ ଜଣେ ମାତାଲ୍‍ ପଥଚାରୀ। ନିଆରା ଚରିତ୍ରଟେ ଦେଖିଲେ ଅଟକିଯାଏ ତାଙ୍କ ପାଦ। ଭାବଭୁରୁଭୁରୁ ହୁଏ ତାଙ୍କ ହୃଦୟର ମାଟି। ଯେଉଁ ମାଟିରେ ଗଳ୍ପର ମଂଜି ପଡ଼ୁପଡ଼ୁ ଗଜା ହୁଏ ଓ ରାତି ପାହିଲା ବେଳକୁ ସର୍ଜନାର ସବୁଜିମାରେ ଚମକି ଉଠିଥାଏ ଚୌଦିଗ। ଉଭୟ ଉପନ୍ୟାସ ଓ ଗଳ୍ପରେ ନିଜସ୍ୱ କଳାଦୃଷ୍ଟି ପାଇଁ ଚର୍ଚ୍ଚାରେ ଥିବା ଯୁବ କଥାକାର ଦେବବ୍ରତ ତାଙ୍କ ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ପାଇଛନ୍ତି ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର। ‘ମାୟା’, ‘ଠ’ ଆଦି ଉପନ୍ୟାସ ତାଙ୍କୁ ଦେଇଛି ଜଣେ ନିଖୁଣ କଥାକାରର ପରିଚୟ। ‘ଲାଞ୍ଜ’ ତାଙ୍କର ଦ୍ୱିତୀୟ ଗଳ୍ପ ସଂକଳନ, ଯେଉଁଥିରେ ତାଙ୍କ ଗଳ୍ପର ଯାତ୍ରା ଅଧିକ ବେଗବାନ ଓ ଦିଗମୟ ହୋଇଛି । ଅସ୍ପୃଶ୍ୟ ବିଷୟକୁ ପ୍ରେମର ସ୍ପର୍ଶ ଦେଇ ତରଙ୍ଗାୟିତ କରିବାକୁ ଚେଷ୍ଟା କରିଛନ୍ତି ସେ ନିଶ୍ଚୁପ ସମୟକୁ। ସଂପର୍କ, ରହସ୍ୟ ଓ ଜୀବନବୋଧର ଜଟିଳତା ଡେଇଁ ଆସ୍ଥା ଓ ବିଶ୍ୱାସ ସାଉଁଟିବା ଦିଗରେ ଦେବବ୍ରତଙ୍କ ନିଷ୍ଠା ଓ ନାନ୍ଦନିକତାର ଅଭାବ ନାହିଁ। ତାଙ୍କର ଅନ୍ୟ ବହିଗୁଡ଼ିକ ପରି ଏ ବହିଟି ମଧ୍ୟ ଖୁବ୍‍ ପାଠକାଦୃତ ହେବ, ମୋର ଗଭୀର ବିଶ୍ୱାସ।

Lanja | Debabrata Das | ଲାଞ୍ଜ | ଦେବବ୍ରତ ଦାସ | ଗଳ୍ପ ସଂକଳନ

SKU: LDDS
₹225.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback ‏ : ‎ 196 pages

    ISBN-13 ‏ : ‎ 978-9395682695

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page