ଏକଦା ବର୍ଣ୍ଣନାଧର୍ମୀ ଓଡ଼ିଆ ଗଳ୍ପ ରଚନାରେ ଅଦ୍ଭୁତ ଟ୍ରେଣ୍ଡ୍ ସୃଷ୍ଟି କରିଥିବା ବିଚକ୍ଷଣ କଥାକାର ଶ୍ୟାମାପ୍ରସାଦ ଚୌଧୁରୀ ବେଶ୍କିଛି ବର୍ଷର ନୀରବତା ପରେ ପୁଣି ଫେରିଆସିଛନ୍ତି ମଇଦାନ୍କୁ। ଶୈଳୀରେ ପରୀକ୍ଷାନିରୀକ୍ଷା, କାହାଣୀରେ ଚମକ ଓ ଚରିତ୍ରଗୁଡ଼ିକର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ତାଙ୍କ ଗପକୁ ଦେଇଆସିଛି ବରାବର୍ ନୂଆ ଟେଷ୍ଟ୍। ପ୍ରାୟ ୨୮ ବର୍ଷ ପରେ ଶ୍ୟାମାପ୍ରସାଦ ଚୌଧୁରୀଙ୍କର ଏହା ତୃତୀୟ ଗଳ୍ପ ସଂକଳନ । ପୂର୍ବରୁ ‘ନିଜଠାରୁ ନିଜର ଦୂରତା’ ଏବଂ ‘କାପୁରୁଷର ଗୋଡ଼ ଓ ଅନ୍ୟାନ୍ୟ ଗଳ୍ପ’ ଶୀର୍ଷକ ଦୁଇଟି ଗପବହି ଏବଂ ‘ଜୟନ୍ତ ଯାହା ଜାଣେନାହିଁ’ଶୀର୍ଷକ ଏକ ଉପନ୍ୟାସ ପୁସ୍ତକ ପ୍ରକାଶ ପାଇଛି।
Magicianra Nijaloka | ମ୍ୟାଜିସିଆନର ନିଜଲୋକ | ଶ୍ୟାମାପ୍ରସାଦ ଚୌଧୁରୀ | ଗଳ୍ପ ସଂକଳନ
SKU: MNSPCI
₹150.00Price
Publisher : Timepass
First Edition : 2014
Paperback : 192 pages
Language : Odia
ISBN-13 : 978-8190853781
Reading age : 18 years and up
Country of Origin : India