କବି ମିନତୀ ମିଶ୍ର ସମସାମୟିକ ଓଡ଼ିଆ ସାହିତ୍ୟରେ ଏକ ସୂକ୍ଷ୍ମ ଓ ସଂବେଦନଶୀଳ ଉଚ୍ଚାରଣ। ‘ମନ୍ମୟ ମୁହୂର୍ତ୍ତ’, ‘ଏ ବେଳରେ ଡାକନିରେ ମିତ’, ‘ମୁଁ କାଚ ତୁ ମାଣିକ’, ‘ପାପୁଲିଏ ଛାଇ’, ‘ଦାଣ୍ଡଘରର ଦିଅଁ’ ପରେ ‘ମନ ତଳେ ଯେବେଯେବେ ଫୁଲବର୍ଷା ହୁଏ’ ତାଙ୍କର ଷଷ୍ଠ କବିତା ସଂକଳନ। ଶୈଶବରୁ ସଂଗୀତ ପ୍ରତି ଥିଲା ତାଙ୍କର ଅହେତୁକ ଆକର୍ଷଣ। ଭାବପୂର୍ଣ୍ଣ ଓ ଶ୍ରୁତିମଧୁର ସଂଗୀତ ତାଙ୍କୁ କରୁଥିଲା ଆନମନା। ଗୀତ ଓ ସଂଗୀତ ପ୍ରତି ତାଙ୍କର ଏ ମୋହ ଧୀରେଧୀରେ ଏହି ଅପହଞ୍ଚ ରାଜ୍ୟରେ ପାଦଦେବା ପାଇଁ ସୁଯୋଗ ସୃଷ୍ଟିକଲା ଓ ଗୀତିକବିତାର ଛୋଟଛୋଟ ଧାଡ଼ି ସ୍ୱପ୍ନାବିଷ୍ଟ ପରି ଲେଖିବାକୁ ସମର୍ଥ ହେଲେ। ଭାବକୁ ପ୍ରାଧାନ୍ୟ ଦେଇ ରଚିତ ଏହିଭଳି କିଛି କବିତାର ସମାହାର ହେଉଛି ‘ମନ ତଳେ ଯେବେଯେବେ ଫୁଲବର୍ଷା ହୁଏ’। କବିତାନୁରାଗୀ ପାଠକପାଠିକା ବହିଟିକୁ ଆପଣେଇନେବେ, ଆଶା। -ସରୋଜ ବଳ
Mana Tale Jebejebe Fulabarsha Hue | ମନ ତଳେ ଯେବେଯେବେ ଫୁଲବର୍ଷା ହୁଏ | ଗୀତିକବିତା
Publisher : Timepass
First Edition : 2021
Paperback : 140 pages
Language : Odia
Reading age : 18 years and up
Country of Origin : India