top of page

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯଶସ୍ୱୀ କଥାକାର ପବିତ୍ର ପାଣିଗ୍ରାହୀଙ୍କ ଦ୍ୱିତୀୟ ଉପନ୍ୟାସ ‘ମାନବେତର’, ଯାହାର ମୁଖ୍ୟ ଚରିତ୍ର ଏକ କୁକୁର। ଓଡ଼ିଆ ସାହିତ୍ୟରେ ମାନବେତର ଚରିତ୍ରଙ୍କୁ ନେଇ କ୍ୱଚିତ ଗଳ୍ପ-ଉପନ୍ୟାସ ରଚିତ ହୋଇଥିବାବେଳେ ଶ୍ରୀ ପାଣିଗ୍ରାହୀଙ୍କ ଏହି ଉଦ୍ୟମ ପ୍ରଶଂସାଯୋଗ୍ୟ। ବିଶ୍ୱାସଘାତକ ମଣିଷକୁ ପଢ଼ିବା ହୁଏତ ସହଜ, କିନ୍ତୁ ବିଶ୍ୱସ୍ତ ଜୀବ କୁକୁର, ଯିଏ ମୁହଁ ଖୋଲି କିଛି କହିପାରେନା, ତାକୁ ବୁଝି-ହେଜି ସୃଜିବା ଆଦୌ ସହଜ କଥା ନୁହେଁ। ମଣିଷ ପରି କୁକୁରର ବି ଥାଏ ମନ ଓ ଯୌବନ, ଦୁଃଖ ଓ ଦହନ, ସଂଘର୍ଷ ଓ ପୀଡ଼ନ, ପ୍ରେମ ଓ କାମନା, ସଖ୍ୟ ଓ ସମର୍ପଣ। ଏପରିକି ନେତୃତ୍ୱ ଓ ରାଜନୀତିର କଳାକୌଶଳ ମଧ୍ୟ ବେଶ୍‍ ଜାଣେ କୁକୁରଜାତି, ଯାହାର ସ୍ପଷ୍ଟ ଛବି ଦେଖିବାକୁ ମିଳେ ଏହି ଉପନ୍ୟାସରେ। ସହଜ ଓ ସାବଲୀଳ କଥ୍ୟ, ଆବଶ୍ୟକୀୟ ତଥ୍ୟ ଓ ଜୀବନବାଦୀ ତତ୍ତ୍ୱର ଉପାଦାନରେ ରଚିତ ‘ମାନବେତର’ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ସଫଳ ପରୀକ୍ଷାମୂଳକ ଉପନ୍ୟାସ ଭାବେ ପାଠକ ଓ ଗବେଷକଙ୍କୁ ଆକର୍ଷିତ କରିବ ନିଶ୍ଚୟ।

Manabetara | ମାନବେତର | ପବିତ୍ର ପାଣିଗ୍ରାହୀ | ଉପନ୍ୟାସ

SKU: MBPPI
₹145.00Price
Quantity
  • Publisher ‏ : ‎ Timepass

    First Edition : 2021

    Paperback ‏ : ‎ 152 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page