ପ୍ରଦୀପ ନାୟକ (୧୯୬୪) ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପ୍ରଖର ଓ ମୁଖର ଶିଳ୍ପୀ। ଜୀବନବାଦୀ ଦୃଷ୍ଟିଭଙ୍ଗୀ ତାଙ୍କ ଗଳ୍ପକୁ ଯାଚିଥାଏ ଗୁମ୍ଫିତ ଗାମ୍ଭୀର୍ଯ୍ୟ। ସତଘଟଣାର ବିଶ୍ୱସନୀୟ ଗପରୂପ ଆଙ୍କିବାବେଳେ ସେ ଚରିତ୍ର ଓ ଘଟଣା ପ୍ରତି ଥାଆନ୍ତି ସମ୍ବେଦନଶୀଳ ଓ ସମର୍ପିତ। ଶିକ୍ଷକତା ବୃତ୍ତିରେ ଥାଇ ସାହିତ୍ୟ, ସଙ୍ଗୀତ ଓ ପ୍ରକୃତି ପ୍ରତି ଗଭୀର ଅନୁରାଗ ରଖୁଥିବା ଶ୍ରୀ ନାୟକଙ୍କର ମୌନ ଭଗ୍ନାଂଶ, ମାଟିଘୋଡ଼ା, ମଣିଷନାମା, ମଲାଙ୍ଗ, ମହାଭାରତୀୟ, ମା'କହିଚି, ମାତରମ୍ ବନ୍ଦେ ଆଦି ଗଳ୍ପ ସଂକଳନ ପୂର୍ବରୁ ପ୍ରକାଶ ପାଇ ତାଙ୍କୁ ବିଶେଷ ପାଠକୀୟ ପ୍ରସିଦ୍ଧି ଦେଇଛି । ତାଙ୍କର ଅଷ୍ଟମ ଗର୍ଭର ସନ୍ତାନ ରୂପେ ‘ମାନନୀୟ ଓଡ଼ିଶା’ ପାଠକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ଅବଶ୍ୟ। ପଦ୍ମଜ ପାଳ କଥା ପୁରସ୍କାର, ପୁନର୍ନବା କଥା ସମ୍ମାନ, ପାହାଚ କଥା ସମ୍ମାନ, ପରାଗ କଥା ସମ୍ମାନ, ରବି ପୁହାଣ ଗଳ୍ପ ସମ୍ମାନ, ଭିତରକନିକା କଥା ସମ୍ମାନ ଆଦି ଆନୁଷ୍ଠାନିକ ସ୍ୱୀକୃତି ପାଇଥିବା ଶ୍ରୀ ନାୟକଙ୍କ କଥାକାରଙ୍କ ସ୍ଥାୟୀ ଠିକଣା: ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା-୭୫୪୨୪୬।
Mananiya Odisha | Pradip Nayak | ମାନନୀୟ ଓଡ଼ିଶା | ପ୍ରଦୀପ ନାୟକ | ଗଳ୍ପ ସଂକଳନ
Publisher : Timepass
First Edition : 2023
Paperback : 160 pages
Language : Odia
ISBN-13 : 978-9395682480
Reading age : 18 years and up
Country of Origin : India