ନାରୀ ଭିତରର ନାରୀକୁ ଚିହ୍ନି ଚିହ୍ନେଇବାର ପ୍ରୟାସ କରିଆସିଥିବା ଜଣେ ସଂଭ୍ରମ କଥାକାର ହେଉଛନ୍ତି ସୃଷ୍ଟିଶ୍ରୀ ନାଏକ। ସଂପର୍କର ପରିଧି ଭିତରେ ସମୟକୁ ଅଟକେଇ ରଖୁଥିବା ଜଣେ ସୂକ୍ଷ୍ମ ଓ ସଂବେଦନଶୀଳ ସ୍ରଷ୍ଟା। ୨୫ ମେ ୧୯୭୭ରେ ସୁନ୍ଦରଗଡ଼ ଜିଲ୍ଲାର ତାମ୍ବିବାହାଲରେ ସୃଷ୍ଟିଶ୍ରୀ ନାଏକଙ୍କ ଜନ୍ମ। ପିତା ଶିଶିର କୁମାର ନାଏକ ଏବଂ ମାତା ଜୟକୁମାରୀ ପଟେଲ। ଭିନ୍ନ ଉପବନ, ପ୍ରଥମ ମୃତ୍ୟୁ, ଗୋଟିଏ ଭୁଲ ଆଦି ଗଳ୍ପ ସଂକଳନ; ଅନ୍ୟମନା କବିତା ସଂକଳନ ଏବଂ ଚେନାଏ ଜହ୍ନଆଲୁଅ ଉପନ୍ୟାସ ପ୍ରକାଶ ପାଇଛି। ଭିନ୍ନ ଉପବନ ପୁସ୍ତକ ପାଇଁ ୨୦୧୨ ମସିହାରେ ସେ ପାଇଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର। ଏଥିସହିତ ରାଜ୍ୟ ଯୁବ ପୁରସ୍କାର, ରବି ପଟ୍ଟନାୟକ ସ୍ମୃତି ପୁରସ୍କାର ଭଳି ଅନେକ ସମ୍ମାନର ମଧ୍ୟ ସେ ଅଧିକାରିଣୀ। ସଂପ୍ରତି ସପରିବାର ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି ସୃଷ୍ଟିଶ୍ରୀ।
Mate Bhulijao Nahin | ମତେ ଭୁଲିଯାଅ ନାହିଁ | ସୃଷ୍ଟିଶ୍ରୀ ନାଏକ | ଗଳ୍ପ ସଂକଳନ
Publisher : Timepass
First edition : 2022
Paperback : 176 pages
Language : Odia
Reading age : 18 years and up
Country of Origin : India