ଚିତ୍ତରଞ୍ଜନ ନାୟକ ସମକାଳୀନ କବିତାର ଜଣେ ବିଚକ୍ଷଣ ମେଟାଫୋରିକାଲ କବି, ଯାହାଙ୍କ ରଚନାରେ ଆମେ ଅଦ୍ଭୁତ କାବ୍ୟପ୍ରତୀକଗୁଡ଼ିକୁ ଅବିଶ୍ୱାସ୍ୟ ଦୃଷ୍ଟିରେ ପ୍ରତ୍ୟକ୍ଷ କରୁ। ତାଙ୍କ ପ୍ରଥମ କବିତା ସଂକଳନ ‘ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ’ର ଦ୍ୱିତୀୟ ସଂସ୍କରଣ ପଢ଼ିଲାବେଳେ ସୂର୍ଯ୍ୟୋଦୟ ବେଳର ତାଜାପଣ ଓ ତଟକା ଆଲୁଅସବୁଙ୍କୁ ଭେଟିବାକୁ ହୁଏ। ପ୍ରଚ୍ଛନ୍ନ ସାଙ୍ଗୀତିକତା ସହ ସଂପନ୍ନ କାବ୍ୟଶୈଳୀ ପାଠକକୁ ଗୋଟେ ଅପରିଚିତା ସୁନ୍ଦରୀ ଭଳି ଆକର୍ଷିନିଏ। ‘ଡାକୁଛ ବୋଲି ଜାଣେ’ ଓ ତାର ସିକ୍ୱେଲ ‘ଆସୁଛ ବୋଲି ଜାଣେ’ରେ ଚିତ୍ତରଞ୍ଜନଙ୍କ କାବ୍ୟଗୁଣ ଯଦିଓ ଅଧିକ ମାର୍ଜିତ, ତେବେ ତାଙ୍କର ପ୍ରଥମ କବିତା ସଂକଳନ ସକାଳର କଅଁଳ କିରଣ ପରି ଉଷୁମ ଓ ଅପେକ୍ଷମାଣ, ଯିଏ ଘାସର ଓଠରୁ କାକରମାନଙ୍କୁ ଚୁଚୁମି ନିଭେଇ ଦେଇପାରେ। - ସରୋଜ ବଳ
Mati Chhuinnathiba Suryodaya | ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ | ଚିତ୍ତରଞ୍ଜନ ନାୟକ | କବି
SKU: MCSDCNK
₹125.00Price
Publisher : Timepass
2nd edition : 2022
Paperback : 136 pages
Language : Odia
Reading age : 18 years and up
Country of Origin : India