top of page

ଅମିୟ ବେଜ୍‍ (୧୯୭୭) ଚଳନ୍ତି ଓଡ଼ିଆ ଗଳ୍ପର ଅନ୍ୟତମ ଚର୍ଚ୍ଚିତ ନାମ। ନିଜ ସମୟକୁ ନିଖୁଣ କଳାକାରିଗରୀ ଦେଇ ଖୋଦେଇ କରିବାରେ ସେ ମାହିର୍‍। ସମକାଳୀନ ଘଟଣା ଓ ଚରିତ୍ରଙ୍କୁ ନିଜର ନିଆରା ଗଳ୍ପଗୁଣରେ ଉତ୍ତୀର୍ଣ୍ଣ କରି ସାବଲୀଳ ଭାଷାରେ ପରଶିଦେବାରେ ତାଙ୍କର ମୌଳିକତା ଉଲ୍ଲେଖନୀୟ। ଟାଇମ୍‍ପାସ୍‍ ପ୍ରଥମା ପୁରସ୍କାରପ୍ରାପ୍ତ ଗଳ୍ପ ସଂକଳନ ‘କାଠ’ରୁ ଆରମ୍ଭ ହୋଇଥିବା ତାଙ୍କର ଗଳ୍ପଯାତ୍ରା ମାତ୍ର ପାଞ୍ଚ ବର୍ଷ ଭିତରେ ଚିହ୍ନ, ଏବଂ, ଫର୍ଦ୍ଦ, ଝର୍କା, ଟିପାଖାତା ଆଦି ସଂକଳନ ଟପି ‘ମୋହ’ ପାଖରେ ପହଞ୍ଚିଛି ଓ ସମାନ୍ତରାଳ ଭାବେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ସେ ହାସଲ କରିଛନ୍ତି ଉଲ୍ଲେଖନୀୟ ପାଠକୀୟତା। ଉମାରାଣୀ ବେଜ୍‍ ଓ ବଂଶୀଧର ବେଜ୍‍ଙ୍କର ପୁତ୍ର ଭାବେ ମା ତାରିଣୀଙ୍କ ପୀଠ ଘଟଗାଁରେ ଭୂମିଷ୍ଠ ହୋଇଥିବା ଗାଳ୍ପିକ ବେଜ୍‍ ସଂପ୍ରତି ବିଦ୍ୟୁତ୍‍ ଯନ୍ତ୍ରୀ ଭାବେ କାର୍ଯ୍ୟରତ। କଳିଙ୍ଗ ଲିଟେରାରୀ ପୁରସ୍କାର, କଟକ ଲିଟେରାରୀ ବହି ପୁରସ୍କାର, ଟାଇମ୍‍ପାସ୍‍ ବେଷ୍ଟସେଲର ପୁରସ୍କାର ଆଦିର ପ୍ରାପକ ଶ୍ରୀ ବେଜ୍‍ଙ୍କ ସଦ୍ୟତମ ଗଳ୍ପ ସଂକଳନ ‘ମୋହ’ 2022 ମସିହା ପାଇଁ ଟାଇମ୍‍ପାସ୍‍ ବୁକର ପୁରସ୍କାର ପାଇଛି! 'ମୋହ' ବହିଟି ନିଶ୍ଚୟ ଆପଣଙ୍କୁ ମୋହଗ୍ରସ୍ତ କରିବ, ଏଥିରେ ସନ୍ଦେହ ନାହିଁ।

Moha | Amiya Bej | ମୋହ | ଅମିୟ ବେଜ୍‍ | ଟାଇମ୍‍ପାସ୍‍ ବୁକର ପୁରସ୍କାରପ୍ରାପ୍ତ ଗଳ୍ପ ସଂକଳ

SKU: MABJ
₹195.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback ‏ : ‎ 176 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page