କିଶୋର ପାଣିଗ୍ରାହୀଙ୍କ କବିତା ପରି କଥାରେ ବି ଥାଏ ଗୋଟେ ନିଆରାପଣ। କବିତାରେ ସେ ଯେତିକି ଗଭୀର, କଥାରେ ସେ ସେତିକି ଉଚ୍ଚତର। ଏମିତି ଦେଖିବାକୁ ଗଲେ ଏସବୁ କବିତାର କଥା, ଯାହାର ପ୍ରତିଟି ଧାଡ଼ିରେ ଆପଣ ଝୁଣ୍ଟିବେ କବିତା। କବିତାକୁ ନେଇ ସମୀକ୍ଷା ଓ ସମାଲୋଚନା ତ ଅନେକ, ହେଲେ ଏଭଳି ମନନଶୀଳ ରଚନା ଓଡ଼ିଆ ସାହିତ୍ୟରେ ଖୁବ୍ କମ୍ ଲେଖାଯାଇଛି ଓ ତା ଭିତରେ ‘ନିଆରା ନଈର ରିଆଜ୍’ କୁଆଁତାରା ପରି ଆଖି ଝଲସେଇ ଦିଏ। ଜୀବନର ଫରୁଆ ଭିତରୁ କବିତାକୁ ଉଦ୍ଧାର କରିବାବେଳର ଶ୍ରମ ଓ ସାଧନା ଭିତରେ ଯେଉଁ ଅନ୍ତରଙ୍ଗ ଅନୁଭବ ଓ ଭାବସାଂଦ୍ରତା ଭୋଗିଛନ୍ତି କିଶୋର, ତାର ଏକ ଚମତ୍କାର ବିନ୍ୟାସ ହେଉଛି ଏ ବହି; ଯାହା ଆମେ ଅନେକବେଳେ ଭାବୁ ଓ କହିବାକୁ ଚାହୁ, କିନ୍ତୁ କେବେ ପାରୁନା କହି।
Niara Naeera Riaz | Kishore Panigrahi | ନିଆରା ନଈର ରିଆଜ | କିଶୋର ପାଣିଗ୍ରାହୀ | ଲଳିତ
SKU: NNRKPI
₹145.00Price
Publisher : Timepass
First Edition : 2023
Paperback : 120 pages
Language : Odia
Reading age : 18 years and up
Country of Origin : India