ଲାବଣ୍ୟ ନାୟକ ଭାବ ଓ ଶବ୍ଦରେ କିଛି କମ୍ ଲାବଣ୍ୟମୟୀ ନୁହଁନ୍ତି। ଅନୁଭବ ଓ ଆବେଗର ବେଗ ତାଙ୍କ କବିତାର ଗତିପଥ ଗଢ଼େ। ମନର ନୀଳିମା ଓ ହୃଦୟର ହରିଆଲି ମଝିରେ ତାଙ୍କ କବିତାର ପ୍ରେମପକ୍ଷୀ ଉପରତଳ ହେଉଥାଏ ଡେଣା ଝାଡ଼ି। ତେଣୁ ହିଁ ତ ତରଙ୍ଗ ଉଠେ ନିଶ୍ଚୁପ ନଦୀରେ। କୋଇଲି ଗାଏ। ସ୍ୱର ଶୁଭେ ଦୂରନ୍ତ ବଂଶୀର। ଏଇ ସ୍ୱନରେ କଂପିଉଠେ ସ୍ୱପ୍ନ, ସ୍ମୃତି ଓ ସଂଭାବନାର ଛାତି । ଲାବଣ୍ୟଙ୍କ କବିତା ବାସ୍ ଏଇମିତି। ‘ନୀଳ ନଈ ଡେଇଁ’ ସେ ଏବେ ପହଂଚିଛନ୍ତି ‘ନୀଳ ବଂଶୀର ସ୍ଵନ’ ପାଖରେ। ଏଇ ଯାତ୍ରାପଥରେ ସେ ଭୋଗିଛନ୍ତି ଅନେକ କୋହ ଓ ଲୁହ, ଭେଟିଛନ୍ତି ଛଳନାର ହସହସ ମୁହଁ, ଆଲଙ୍ଗିଛନ୍ତି ଦୁଃଖ ଓ ଅପବାଦର ସ୍ନେହ... ଆଉ ତାରି ଭିତରୁ ସେ ସାଉଁଟି ନେଇଛନ୍ତି ନିଜ ପାଇଁ କେଇହଳ ସୁଖର ପାଣିକାଚ ଓ ସଂପର୍କର ମୋହ। ସବୁ ଅଭିମାନକୁ ପ୍ରେମର ପାନପତ୍ରରେ ଖିଲମୋଡ଼ି ସେ ଚୋବାଇ ଦେଇଛନ୍ତି ଅନ୍ୟମନସ୍କରେ। ଆପଣ ବି ଇଚ୍ଛାକଲେ ଟିକେ ଅନ୍ୟମନସ୍କ ହେଇପାରନ୍ତି ତାଙ୍କର ଏଇସବୁ କବିତା ପଢ଼ି। - ସରୋଜ ବଳ
Nila Banshira Swana | Lavanya Nayak | ନୀଳ ବଂଶୀର ସ୍ଵନ | ଲାବଣ୍ୟ ନାୟକ | କବିତା ସଂକଳନ
Publisher : Timepass
First Edition : 2023
Paperback : 120 pages
Language : Odia
Reading age : 18 years and up
Country of Origin : India