ସୁନୀଲ କୁମାର ପୃଷ୍ଟି (୧୯୬୩) ସମକାଳର ଅନ୍ୟତମ ସର୍ବାଦୃତ କବି। ଖୁବ୍ ସୂକ୍ଷ୍ମ ତାରକସିରେ ଗଢ଼ା ତାଙ୍କର କବିତା; ଖୁବ୍ ସଲଜ୍ଜ ସଂପର୍କକୁ ନେଇ ତାଙ୍କ ଶବ୍ଦଗଢ଼ା, ସ୍ୱପ୍ନ ଓ ଦୁଃସ୍ୱପ୍ନକୁ ନେଇ ଖୁବ୍ ସଂଭ୍ରମ ତାଙ୍କ ଚେତନାର ଭଂଗାଗଢ଼ା। ସମ୍ବଲପୁର ଜିଲ୍ଲାର ବରଗଡ଼ରେ ୧୯୬୩ରେ ଜନ୍ମିତ ସୁନୀଲଙ୍କର ‘ଚିହ୍ନାଚିହ୍ନା ନିର୍ଜନତା’, ‘ଦେହ ଦେଉଳ’, ‘ପୁଅ ପାଇଁ ପ୍ରାର୍ଥନା’, ‘ତନୁଲତାର କବିତା’, ‘ଅସଫଳ କବିତା’ ଆଦି ସଂକଳନ ପ୍ରକାଶ ପାଇ ବିପୁଳ ପାଠକୀୟତା ହାସଲ କରିଛି। ସେଇ ସଫଳତାର ଆଉ ଏକ ପାହାଚ ହେବ ‘ନୀରବତାର ନାଁ ନାହିଁ’। ଅଯାଚିତ ପାଠକୀୟ ଶ୍ରଦ୍ଧା ବ୍ୟତୀତ ବସନ୍ତ ମୁଦୁଲି କବିତା ପୁରସ୍କାର, ପ୍ରଜାତନ୍ତ୍ର ପୁରସ୍କାର, ଝଙ୍କାର ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ଅଜସ୍ର ଆନୁଷ୍ଠାନିକ ସ୍ୱୀକୃତି ତାଙ୍କ ସୃଜନଶୀଳତାର ଅନୁଧାବନ କରିଆସିଛି।
Nirabatara Naa Nahin | ନୀରବତାର ନାଁ ନାହିଁ | ସୁନୀଲ କୁମାର ପୃଷ୍ଟି | କବିତା ସଂକଳନ
Publisher : Timepass
First Edition : 2020
Paperback : 112 pages
Language : Odia
Reading age : 18 years and up
Country of Origin : India