top of page

କ୍ଷୀରୋଦ ପରିଡ଼ା ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ବହୁମୁଖୀ ପ୍ରତିଭା। କବିତା ତାଙ୍କର ପ୍ରଥମ ପସନ୍ଦ ହେଲେବି ଗଳ୍ପ, ଅନୁବାଦ, ଫିଚର, ସଂପାଦନା ଆଦି ବିଭାଗରେ ମଧ୍ୟ ତାଙ୍କର ଅତୁଳନୀୟ ଦକ୍ଷତା ରହିଛି। ମୁଖ୍ୟତଃ ପତ୍ରପତ୍ରିକାରେ ଦେଶବିଦେଶର ପ୍ରସିଦ୍ଧ ଲେଖକଙ୍କ କୃତିତ୍ୱ ଓ ବ୍ୟକ୍ତିତ୍ୱ ସଂପର୍କରେ ରୋଚକ ଉପସ୍ଥାପନା କରି ସେ ବେଶ୍‍ ପାଠକୀୟ ଆଦର ଲାଭ କରିଛନ୍ତି। ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’ ହେଉଛି ଶ୍ରୀ ପରିଡ଼ାଙ୍କର ପ୍ରଥମ ଫିଚର ପୁସ୍ତକ ଯାହା ନୋବେଲ ପୁରସ୍କାର ବିଜେତା କଥାଶିଳ୍ପୀମାନଙ୍କ ଉପରେ ଆଧାରିତ ଫିଚରଗୁଡ଼ିକର ସମାହାର। ଏଥିରେ ରହିଛି ଚଉଦ ଜଣ ନୋବେଲ ବିଜୟୀ କଥାକାରଙ୍କ ଉପରେ ରଚିତ ଫିଚର। ଏହି ବିଶ୍ୱକଥାକାରଙ୍କ ଉପରେ ଲେଖା ଯାଇଥିବା ଫିଚର ସହ ସଂଯୁକ୍ତ ହୋଇଛି ସେମାନଙ୍କ ‘ଆତ୍ମକଥନ’ ଯାହା ମୂଳତଃ ତାଙ୍କ କଥାଯାତ୍ରାର କାହାଣୀ ଓ ନାନାଦି ଅନୁଭବରେ ସମୃଦ୍ଧ। ଗଳ୍ପ ଓ ଉପନ୍ୟାସର ସଚେତନ ପାଠକ, ଲେଖକ ତଥା କଥାସାହିତ୍ୟର ଗବେଷକମାନଙ୍କ ପାଇଁ ପୁସ୍ତକଟି ଉପାଦେୟ ହେବ ନିଶ୍ଚୟ। - ସରୋଜ ବଳ

Nobel Bijayi Kathakaranka Atmakathan | Kshirod Parida | ନୋବେଲ ବିଜୟୀ କଥାକାରଙ୍କ ଆତ

SKU: NBKAKPA
₹245.00Price
Quantity
  • Publisher ‏ : ‎ Timepass

    First Edition : 2022

    Paperback ‏ : ‎ 216 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page