ପୁରାତନରୁ ନୂତନତ୍ୱ ଓ ନୂତନରୁ ଅଭିନବତ୍ୱ ଆବିଷ୍କାର କରିପାରୁଥିବା ନବପ୍ରଜନ୍ମର ଜଣେ ପ୍ରତିଭାମୟୀ ସମାଲୋଚିକା ହେଲେ ପ୍ରତ୍ୟାଶା ଧଳ। ଅନ୍ୱେଷା ଓ ପ୍ରତ୍ୟାଶାର ଏକ ଭିନ୍ନ ପ୍ରବଣତା ତାଙ୍କୁ ସାହିତ୍ୟର ନୂଆନୂଆ ବିଷୟ ଅନୁସଂଧାନ ଓ ବିଶ୍ଳେଷଣ କରିବାକୁ ପ୍ରଚୋଦିତ କରେ। ‘ଓଡ଼ିଆ ଭ୍ରମଣୋପନ୍ୟାସ’ ତାଙ୍କର ପ୍ରଥମ ପୁସ୍ତକ, ଯେଉଁଥିରେ ଉପନ୍ୟାସର ଗୋଟେ ନୂଆ ପ୍ରଶାଖା ସଂପର୍କରେ ସବିଶେଷ ଆଲୋଚନା କରାଯାଇଛି। କଥା ଓ ଅଭିଜ୍ଞତା ଏକାଠି ହାତ ଧରାଧରି ହେଇ ଚାଲୁଥିବା ଏଇଜାତୀୟ ଉପନ୍ୟାସଗୁଡ଼ିକ ଭିନ୍ନଭିନ୍ନ ଦେଶର କଳା, ସଂସ୍କୃତି, ସାମାଜିକ ବ୍ୟବସ୍ଥା ଭିତରେ ସଂପୃକ୍ତ ଲେଖକର ଅବବୋଧ ଓ ଅନୁଭବ ବଖାଣିଥାଏ। ଓଡ଼ିଆ ସାହିତ୍ୟର ଏହି ସଦ୍ୟତମ ବିଭାଗ ସଂପର୍କରେ ପ୍ରଥମଥର ପାଇଁ ନିଜ ଅନୁଶୀଳନର ସ୍ୱାକ୍ଷର ରଖୁଛନ୍ତି ପ୍ରତ୍ୟାଶା ଧଳ, ଯାହା ପାଠକ, ଛାତ୍ରଛାତ୍ରୀ ତଥା ଗବେଷକଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ଆଶା କରାଯାଏ। - ସରୋଜ ବଳ
Odia Bhramanopanyasa | ଓଡ଼ିଆ ଭ୍ରମଣୋପନ୍ୟାସ | ପ୍ରତ୍ୟାଶା ଧଳ | ପ୍ରବନ୍ଧ-ସମାଲୋଚନା
Publisher : Timepass
First Edition : 2021
Paperback : 152 pages
Language : Odia
Reading age : 18 years and up
Country of Origin : India