ରମାକାନ୍ତ ସାମନ୍ତରାୟ ଉଭୟ ଫାଇନ୍-ଆର୍ଟ ଓ ଫିକ୍ସନ୍ରେ ଜଣେ ଧୂରୀଣ ଶିଳ୍ପୀ। ଅଙ୍କନରେ ସେ ଯେତିକି ଚୁଜି, ଲେଖନରେ ମଧ୍ୟ ସେ ସେତିକି ସତର୍କ। ସେଥିପାଇଁ ତାଙ୍କ ବର୍ଣ୍ଣନା ଓ ବିନ୍ୟାସରେ ଥାଏ ଏକପ୍ରକାର ଚିତ୍ରିତ ଚମକ, ଯାହା ପାଠକକୁ ଥ’ କରିଦିଏ। ଉଭୟ ଗଳ୍ପ ଓ ଉପନ୍ୟାସରେ ସଂଚରଣଶୀଳ ଶ୍ରୀ ସାମନ୍ତରାୟଙ୍କ ‘ପଶାପାଲି’ କ୍ୟାମ୍ପସ୍ ରାଜନୀତି, ଯୌବନର ଉଦ୍ଦାମତା, ସ୍ୱପ୍ନ ଓ ସଂଘର୍ଷ ଦେଇ ଗତିଶୀଳ। ବିଶ୍ୱସନୀୟ ଚରିତ୍ରଚିତ୍ରଣ ଓ ପାତ୍ରୋପଯୋଗୀ ଭାଷାରେ ସମୃଦ୍ଧ ଏହି ଉପନ୍ୟାସଟିକୁ ପଢ଼ିବାବେଳେ ମୁହୂର୍ତ୍ତସବୁକୁ ସତସତିକା ଭୋଗିବା ପରି ମନେହୁଏ। କଲେଜ୍ ବା ୟୁନିଭର୍ସିଟି ମାଟି ମାଡ଼ିଥିବା ଯେକେହି ପାଠକ ଏ ଉପନ୍ୟାସରୁ ନିଜ କ୍ୟାମ୍ପସ ଜୀବନର ଝଲକ୍ ପାଇବେ।
Pashapali | Ramakanta Samantaray | ପଶାପାଲି | ରମାକାନ୍ତ ସାମନ୍ତରାୟ | ଉପନ୍ୟାସ
SKU: PPRSY
₹145.00Price
Publisher : Timepass
First edition : 2023
Paperback : 116 pages
ISBN-13 : 978-9395682497
Language : Odia
Reading age : 18 years and up
Country of Origin : India