top of page

ପଦ୍ମଭୂଷଣ ପ୍ରତିଭା ରାୟ ଜଣେ କ୍ରାନ୍ତଦର୍ଶୀ ସାରସ୍ୱତ ସାଧିକା। ତାଙ୍କୁ ଶବ୍ଦରେ ବୁଝେଇବାର ପ୍ରୟାସ ଏକ ଆସ୍ପର୍ଦ୍ଧା ମାତ୍ର। ସେ ଜଣେ ଅସାଧାରଣ ଶବ୍ଦଶିଳ୍ପୀ। ବହୁ ତପସ୍ୟାପ୍ରସୂତ ଅମୃତ କଳସୀର ଦିବ୍ୟାଂଶୀ, ଉପଲବ୍ଧିକୁ ଅଭିବ୍ୟକ୍ତିରେ ପ୍ରକାଶ କରି, ଓଡ଼ିଆ ସାହିତ୍ୟରେ ପ୍ରତିଭାର ମହଦ୍ରୁମ ପାଲଟିଥିବା ଯଶସ୍ୱିନୀ ସେ। ଡ. ପ୍ରତିଭା ରାୟଙ୍କ ସୃଷ୍ଟିକର୍ମର ମହତ୍ତ୍ୱ ଓ ଗାରିମାକୁ ଆକଳନ କରିବାକୁ ଯାଇ "ପ୍ରତିଭା ପରିଚର୍ଚ୍ଚା'ର ପରିକଳ୍ପନା। ଓଡ଼ିଆ ସାହିତ୍ୟରେ ତାଙ୍କର ସୌରଭ - "ନ ଭୂତୋ ନ ଭବିଷ୍ୟତି'। ବିଷୟବସ୍ତୁର ସରଳ ଆକଳନ ଉଦ୍ଦେଶ୍ୟରେ ଲେଖିକା ସଂଘମିତ୍ରା ଭଞ୍ଜ ଏହି ପୁସ୍ତକଟିରେ ପ୍ରତିଭା ରାୟଙ୍କ ସୃଷ୍ଟିକର୍ମର ପୁଙ୍ଖାନୁପୁଙ୍ଖ ଆଲୋଚନାର ପ୍ରୟାସ କରିଛନ୍ତି। ଜଣେ କବି, ଗାଳ୍ପିକା, ଔପନ୍ୟାସିକା, ପର୍ଯ୍ୟଟକ, ଅନୁବାଦିକା, ଶିଶୁଗଳ୍ପ ଲେଖିକା, ସଂଗଠିକା ତଥା ବାଗ୍ମୀ ଓ ଅଧ୍ୟାପିକା - ସବୁ ଦିଗରୁ ତାଙ୍କୁ ଆକଳନ କରିବା ସହିତ ତାଙ୍କ ସାହିତ୍ୟିକ କର୍ମାନୁଷ୍ଠାନର ବିବିଧ ଦିଗ ଉପରେ ବିହଙ୍ଗାବଲୋକନ କରିବାକୁ ପ୍ରଯତ୍ନ କରିଛନ୍ତି ଲେଖିକା ଡ. ଭଞ୍ଜ । ପୁସ୍ତକଟି ପାଠକ, ଗବେଷକ, ଛାତ୍ରଛାତ୍ରୀ ତଥା ପ୍ରତିଭାପ୍ରେମୀଙ୍କ ପାଇଁ ଉପାଦେୟ ହେବ ନିଶ୍ଚୟ।

 

Pratibha Paricharchha | Sanghamitra Bhanja | ପ୍ରତିଭା ପରିଚର୍ଚ୍ଚା | ସଂଘମିତ୍ରା ଭଂଜ

SKU: PPCSBA
₹0.00Price
Quantity
  • Publisher ‏ : ‎ Timepass

    First Edition : 2022

    Paperback ‏ : ‎ 304 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page