କେଦାର ମିଶ୍ର (୧୯୭୨) ସମକାଳୀନ ଓଡିଆ କବିତାର ଏକ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ସ୍ୱର। କବିତା ସହିତ ଗଦ୍ୟ ରଚନା, ଗବେଷଣା, କଳା ସମୀକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ତାଂକର ଉଲ୍ଲେଖନୀୟ ଅବଦାନ ରହିଛି। ଶବ୍ଦକୁ ଚାରିପାଦ (୨୦୦୦), ଅଶାସୂକ୍ତ (୨୦୦୦), ଶୂନ୍ୟ ଅଭିସାର (୨୦୦୩), ରାଗ କେଦାର (୨୦୦୮), ପ୍ରେମର ଦୂର ଗୀତ (୨୦୧୩) ଆଦି କବିତା ସଂକଳନ; ବାଗ୍ ବିଶେଷ (୨୦୦୮), ଶେଷ ସ୍ପର୍ଶ (୨୦୧୩) ଆଦି ଗଦ୍ୟ ସଂକଳନ ସହିତ ବହୁ ଓଡ଼ିଆ ଓ ଇଂରାଜୀ ସଂକଳନର ସେ ଲେଖକ। ତାଙ୍କର ଅନେକ କବିତା ଜର୍ମାନ, ଇଂରାଜୀ, ରଷିଆନ, ସ୍ପାନିଶ୍, ବଂଗଳା, ହିନ୍ଦୀ, ନେପାଳୀ, ମାଲାୟଲମ୍, ଅହମିୟା, ତାମିଲ୍ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁଦିତ। ପ୍ରଫୁଲ୍ଲ ମହାକୁଳ କବିତା ପୁରସ୍କାର, ଅଂକୁର କବିତା ପୁରସ୍କାର, ସଚ୍ଚି ରାଉତରାୟ ନବପର୍ବ କବିତା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜର ଯୁବକବି ପୁରସ୍କାର, ଅଭିନନ୍ଦନିକା ସମ୍ମାନ, ସ୍ୱର ଓ ସ୍ୱାକ୍ଷର କବିତା ପୁରସ୍କାର, ସଂସ୍କୃତିମିତ୍ର ପୁରସ୍କାର, ସମଦୃଷ୍ଟି ଲେଖକ ପୁରସ୍କାର, ସିଂଧୁଜା ସମ୍ମାନ, ପକ୍ଷୀଘର ଲେଖକ ସମ୍ମାନ, ଅଳକା ଯୁବକବି ପୁରସ୍କାର, ଅବନୀ ବରାଳ ସ୍ମୃତି ସମ୍ମାନ ଆଦି ଅନେକ ସ୍ୱୀକୃତି ତାଙ୍କୁ ଅନୁଧାବନ କରିଆସିଛି।
Raga Kedar | Kedar Mishra | ରାଗ କେଦାର | କେଦାର ମିଶ୍ର | କବିତା ବହି
Publisher : Timepass
2nd edition : 2019
Paperback : 88 pages
Language : Odia
Reading age : 18 years and up
Country of Origin : India