ତେଜସ୍ୱିନୀ ପଣ୍ଡା (୨୦୦୫) ନବପ୍ରଜନ୍ମର ଜଣେ ପ୍ରତିଶ୍ରୁତିସଂପନ୍ନ କବି ଓ ଲେଖିକା। ଯୁକ୍ତଦୁଇରେ ଅଧ୍ୟୟନ କରୁଥିଲେ ମଧ୍ୟ ତାଙ୍କର କଳାଦୃଷ୍ଟି ଓ ସୃଜନଦକ୍ଷତା ବେଶ୍ ପରିପକ୍ୱ। କବିତା, ଗଳ୍ପ, ପ୍ରବନ୍ଧ ରଚନା ସହିତ ଚିତ୍ରକଳାରେ ରୁଚି ରଖୁଥିବା ତେଜସ୍ୱିନୀଙ୍କର ପ୍ରଥମ କବିତା ସଂକଳନ ‘ହୃଦୟତୀରେ’ ପ୍ରକାଶ ପାଇ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିସାରିଛି। ଓଡ଼ିଆ ଅସ୍ମିତାର ପ୍ରତୀକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରାକୁ ନେଇ ରଚିତ ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ପୁସ୍ତକଟି ତେଜସ୍ୱିନୀଙ୍କ ପ୍ରଥମ ଜୀବନୀମୂଳକ ରଚନା, ଯାହା ତାଙ୍କ ପିତାମାତା ତଥା ଶୁଭେଚ୍ଛୁଙ୍କ ପ୍ରେରଣା ଯୋଗୁଁ ସଂଭବ ହୋଇଛି। ପୁସ୍ତକଟି ପ୍ରତିଟି ଓଡ଼ିଆଙ୍କ ପାଇଁ ଉପଯୋଗୀ ହେବ ଓ ପ୍ରଚୁର ପାଠକୀୟତା ଲାଭକରିବ ବୋଲି ଆଶା କରାଯାଏ।
Rastrapati Droupadi Murmu | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ତେଜସ୍ୱିନୀ ପଣ୍ଡା | ଜୀବନୀ
SKU: RDMTPA
₹125.00Price
Publisher : Timepass
First edition : 2022
Paperback : 88 pages
Language : Odia
Reading age : 18 years and up
Country of Origin : India