ବିଶ୍ୱରଞ୍ଜନ ଦାଶ (୧୯୮୮) କବିତାରେ ସଂପର୍କ ଖୋଜୁଥିବା ନବପ୍ରଜନ୍ମର ଆଉଜଣେ ଶବ୍ଦଶିଳ୍ପ । ହାତରେ ତାଙ୍କର ଶବ୍ଦର ବାରିସି, ଆଖିପତାରେ ସ୍ୱପ୍ନ, ମନତଳେ ହାଉଯାଉ ଅସଂଖ୍ୟ ଚରିତ୍ର ଓ ହୃଦୟରେ ଭରପୂର ପ୍ରେମ। ସ୍ୱାଭାବିକ ଭାବେ ସେ ଜୀବନକୁ ଆଙ୍କିବାକୁ ଆରମ୍ଭ କରିଛନ୍ତି ତାଙ୍କ କବିତାଗୁଡ଼ିକରେ, ନିଜସ୍ୱ ଭାବପୂର୍ଣ୍ଣ ଅନୁଭବର ରଙ୍ଗ ଓ ଆବେଗର ସଙ୍ଗ ଦେଇ। ସମୟର ତୀବ୍ରତା ଓ ‘ସଂପର୍କର ହଜାରେ ଭିଡ଼ରେ’ ବି ନିଜକୁ ନିର୍ଲିପ୍ତ ରଖି ଏକ ପ୍ରବହମାନ ଶୈଳୀରେ ଭାବନାକୁ କବିତାରେ ରୂପାନ୍ତରିତ କରିବାରେ ଆପାତତଃ ସଫଳ ହୋଇଛନ୍ତି କବି। ତାଙ୍କର କବିତାଯାତ୍ରା ଦୀର୍ଘତର ହେବ, ବିଶ୍ୱାସ ଜନ୍ମୁଛି ମନରେ। -ସରୋଜ ବଳ
Samparkara Hajare Bhidare | Biswaranjan Dash | ସମ୍ପର୍କର ହଜାରେ ଭିଡ଼ରେ | ବିଶ୍ୱରଞ୍ଜନ
SKU: SHBBDH
₹125.00Price
Publisher : Timepass
First Edition : 2022
Paperback : 120 pages
Language : Odia
Country of Origin : India