କିଶୋର ପାଣିଗ୍ରାହୀ (୧୯୭୧) ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ତୀକ୍ଷ୍ଣ ସ୍ୱର; ଯାହା ଅନମନୀୟ ଓ ଅଦମନୀୟ। ଶୃଙ୍ଖଳିତ ଶବ୍ଦଙ୍କ ପଟୁଆରରେ ଜୀବନକୁ ଆହ୍ୱାନ ଦେଉଥିବା ତାଙ୍କ କବିତାଗୁଡ଼ିକ ଆମ ସମୟ ପାଇଁ କାବିଲ୍ କବଚ। ସ୍ୱପ୍ନ, ସଂଘର୍ଷ ଓ ସନ୍ତାପର ସିଡ଼ିରେ ଉପର ତଳ ହେଉଥିବା ତାଙ୍କ ଭାବସତ୍ତା, ଚିରନ୍ତନ ଜୀବନବୋଧ ପ୍ରତି ଏକ ସଂକଳ୍ପ ଭଳି ମନେହୁଏ। କବିଙ୍କ ଛାତିରୁ ‘ଚୋଟ’ର ‘କ୍ଷତ’ ଲିଭେଇ ଦେଇଛି ଏବେ ‘ଶଙ୍ଖଚିଲ’ର ସଫେଦ୍ ଉଡ଼ାଣ। ଅନ୍ଧାରର ହତାଶା ଭିତରୁ ଡେଣା ହଲେଇ ବାହାରିଆସୁଛି ଗୋଟେ ଶୁଭ୍ର ବିଶ୍ୱାସର ଶ୍ୱେତପକ୍ଷୀ। ସେ ବିଶ୍ୱାସ ଓଡ଼ିଆ କବିତାର ନୂତନ ଆସ୍ଥା ହୋଇ ଝଲସିବ।
Sankhachila | ଶଙ୍ଖଚିଲ | କିଶୋର ପାଣିଗ୍ରାହୀ | କବିତା ସଂକଳନ
SKU: SCKPI
₹125.00Price
Publisher : Timepass
First Edition : 2021
Paperback : 112 pages
Reading age : 18 years and up
Language : Odia
Country of Origin : India