ମୌସୁମୀ ଦାସ୍ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ନିଷ୍ଠାପର ଶବ୍ଦଶିଳ୍ପୀ। ଉଭୟ କବିତା ଓ ଗଳ୍ପରେ ନିଜର ମୌଳିକ ସର୍ଜନଶୀଳତା ଫୁଟାଇ ଆସିଛନ୍ତି ସେ। ନିତିଦିନିଆ ଜୀବନରେ ଘଟୁଥିବା ଘରୋଇ ଘଟଣାର ସୁଖପାଠ୍ୟ ଉପସ୍ଥାପନା, ନାଟକୀୟ ମୋଡ଼, ଜୀବନବାଦୀ ଦୃଷ୍ଟିକୋଣ ଓ ନାରୀତ୍ୱର ନାନ୍ଦନିକତା ତାଙ୍କ ଗଳ୍ପକୁ ଯାଚିଥାଏ ମୁଗ୍ଧ ପାଠକୀୟତା। ‘ସେଇ ରାତି ପରେ ରୀତା’ ତାଙ୍କ ଗଳ୍ପଗଢ଼ଣର ସଦ୍ୟତମ ସଫଳ କୃତି, ଯେଉଁଥିରେ ଗାଁଠୁ ସହର, ଆଦିବାସୀଠୁ ଆଧୁନିକ ମଣିଷ ଯାଏଁ ବିସ୍ତାରିତ ତାଙ୍କ କଥାର କାନ୍ଭାସ। କ୍ଷଣଭଙ୍ଗୁର ସଂପର୍କ ଓ ସମୟକୁ ସେ ସେଇ କାନ୍ଭାସରେ ନିଜସ୍ୱ ଅନୁଭୂତି ଓ ଅଭିଜ୍ଞତାର ରଙ୍ଗଦେଇ ଯେଉଁ ବିଶ୍ୱସନୀୟ ଛବିସବୁ ଆଙ୍କିଛନ୍ତି, ପାଠକଙ୍କୁ ତାହା ଘଡ଼ିଏ ଅଟକେଇଦେବ, ବିଶ୍ୱାସ। - ସରୋଜ ବଳ
Sei Rati Pare Rita | Mausumi Das | ସେଇ ରାତି ପରେ ରୀତା | ମୌସୁମୀ ଦାସ | ଗଳ୍ପ ସଂକଳନ
SKU: SRPRMDS
₹175.00Price
Publisher : Timepass
First Edition : 2023
Paperback : 136 pages
Language : Odia
Reading age : 15 years and up
Country of Origin : India