‘ତୁମେ ଠିକ୍ ବର୍ଷା ପରି’ ପରେ କାଞ୍ଚନ ମଲ୍ଲିକଙ୍କ ଦ୍ୱିତୀୟ ଗଳ୍ପ ସଂକଳନ ‘ସେଇ ତିନୋଟି ଶବ୍ଦ’। ସତ କହିବାକୁ ଗଲେ ଏ ଦୁଇଟି ତାଙ୍କର ଜାଆଁଳା ସଂକଳନ। ଜୀବନକାଳ ଭିତରେ ଲେଖିଥିବା ଗପସବୁକୁ ଅଧାଅଧା କରି ସେ ଏଇ ଦୁଇଟି ସଂକଳନରେ ବାଣ୍ଟିଛନ୍ତି। ଯେମିତି ବାଣ୍ଟିଆସିଛନ୍ତି ନିଜର ପିଲାଦିନ, କୈଶୋର, ଯୌବନ ନାନା ସ୍ମୃତି ଓ ଅନୁଭୂତିର ଭାବ-ଅଭାବ ସହ। ଜିଇଥିବା ସମୟସବୁକୁ ସେ ନିଜ ଭାବନା ଓ ଭାବପ୍ରବଣତା ଦେଇ କାଗଜ ପିଠିରେ ଉତ୍ତାରିବାକୁ ଭଲ ପାଆନ୍ତି। ସେଇ ଭଲପାଇବାର ଫଳଶ୍ରୁତି ଏ ଗଳ୍ପ ସଂକଳନ, ଯେଉଁଥିରେ ଅଛନ୍ତି ପାପୁଲିରେ ଧରାପଡ଼ୁନଥିବା ଅଝଟିଆ ବୟସର ଅନେକ ପ୍ରଜାପତି, ଅନେକ ଅଦିନ ଝଡ଼ ଓ ସଂପର୍କର ଚହଟା ଜହ୍ନରାତି । କାଞ୍ଚନଙ୍କର ଭାଷା ଛଳଛଳ ଝରଣା ପରି ଓ ଭାବ ତୁଳାପରି ନରମ। ହେଲେ ସେ ତୁଳା ଥରେ ଓଦା ହେଲେ ଓଜନିଆ ହେଇଯାଏ ପାଠକର ମରମ।
Sei Tinoti Shabda | Kanchan Mallick | ସେଇ ତିନୋଟି ଶବ୍ଦ | କାଞ୍ଚନ ମଲ୍ଲିକ | ଗଳ୍ପ ସଂକ
Publisher : Timepass
First Edition : 2022
Paperback : 168 pages
Reading age : 18 years and up
Language : Odia
Country of Origin : India