top of page

ଅନ୍ନପୂର୍ଣ୍ଣା ପତି (୧୯୭୩) ସାଂପ୍ରତିକ ଓଡ଼ିଆ କବିତାର ଏକ ନମନୀୟ ଉଚ୍ଚାରଣ। ଶୃଙ୍ଖଳା ଓ ପରିମିତତା ତାଙ୍କର କାବ୍ୟଗୁଣ। ସୂଚନା, ସାଦୃଶ୍ୟ ଓ ଦୀପ୍ତି ତାଙ୍କ କାବ୍ୟାନୁଭବକୁ ରସାନ୍ୱିତ ଗୁଣାତ୍ମକତା ପ୍ରଦାନ କରେ। ଶବ୍ଦ ସଂଯୋଜନା, ଛନ୍ଦ-ଯୋଜନା, ଭାଷା-ମୁଗ୍ଧକ ସଂଚରଣ କ୍ଷମତା ଓ ଆବେଗିକ ନିର୍ଲିପ୍ତତା ତାଙ୍କ କବିତାର ବୈଶିଷ୍ଟ୍ୟ। ବସ୍ତୁଜଗତ ଓ ଚେତନା ଜଗତକୁ ସେ ଶବ୍ଦ-ଆଭାସ ଜରିଆରେ ପ୍ରତିବିମ୍ବିତ କରିବାରେ ସମର୍ଥା। କବିର ଆବେଗ ଅନେକତ୍ର ଆତ୍ମନିଷ୍ଠ ଓ ଲାକ୍ଷଣିକ। ନାନାଦି ସୂକ୍ଷ୍ମ ଉପଲବ୍ôଧ-ସଂଜାତ ଭାବ ସମ୍ମୁଜ୍ଜ୍ୱଳ ବିଭବ ହିଁ ତାଙ୍କର କାବ୍ୟକଳା। ‘ଶେଷରୁ ଆରମ୍ଭ’ ଅନ୍ନପୂର୍ଣ୍ଣା ପତିଙ୍କର ପ୍ରଥମ କବିତା ଗ୍ରନ୍ଥ। ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅନେକ କବିତା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭକରିଛି। ଆଶା, ସଂକଳିତ ଏହି କବିତାଗୁଡ଼ିକ ଅଧିକରୁ ଅଧିକ ସମାଦର ଲାଭକରିବ।

Sesharu Arambha | Annapurna Pati | ଶେଷରୁ ଆରମ୍ଭ | ଅନ୍ନପୂର୍ଣ୍ଣା ପତି | କବିତା ସଂକଳନ

SKU: SAAPI
₹145.00Price
Quantity
  • Publisher ‏ : ‎ Timepass

    2nd edition : 2022

    Paperback ‏ : ‎ 112 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page