ସୁବ୍ରତ କୁମାର ଦାସ (୧୯୭୦) ଓଡ଼ିଆ କବିତା, ଗଳ୍ପ ଓ ସମାଲୋଚନା କ୍ଷେତ୍ରରେ ସୁପରିଚିତ ଜଣେ ସଂଜତ, ସୂକ୍ଷ୍ମ ଓ ସମ୍ବେଦନଶୀଳ ଶବ୍ଦଶିଳ୍ପୀ। ଜୀବନର ବଗିଚାରେ ଛିଟଡେଣାର ପ୍ରଜାପତି ତାଙ୍କର କବିତା; ସମୟର ଗାଲିଚାରେ ଅସ୍ପଷ୍ଟ ପାଦଚିହ୍ନ ତାଙ୍କର ଗପ; ସଭ୍ୟତାର ଡ୍ରଇଂରୁମ୍ରେ ହାର୍ଦ୍ଦିକତାର ଉଷୁମ ସ୍ପର୍ଶ ତାଙ୍କର ସମାଲୋଚନା। ସଂବେଦନା ଓ ସଂପ୍ରୀତିର ସାକ୍ଷୀ ତାଙ୍କର ସର୍ଜନାର ଡାଳପତ୍ର। ‘ଶାଗୁଆ ଛାଇର ଛିଟା’ ସୁବ୍ରତ କୁମାର ଦାସଙ୍କର ଏକ ଉତ୍କଣ୍ଠାପୂର୍ଣ୍ଣ ଆତ୍ମୋପନ୍ୟାସ; ଯେଉଁଥିରେ ଲେଖକଙ୍କ ଆତ୍ମୀୟତାର ଶାଗୁଆ ଛିଟା ଚରିତ୍ରମାନଙ୍କ ଉପରେ ବୋଳିଦେଇଛି ଶ୍ୟାମଳିମା। ଆପଣଙ୍କ ଉପରେ ବି ଏ ଉପନ୍ୟାସର ଗଭୀର ଛିଟା ପଡ଼ିବ, ମୋର ବିଶ୍ୱାସ।
Shagua Chhaira Chhita | ଶାଗୁଆ ଛାଇର ଛିଟା | ସୁବ୍ରତ କୁମାର ଦାସ | ଉପନ୍ୟାସ
SKU: SCCSKDH
₹125.00Price
Publisher : Timepass
First Edition : 2021
Paperback : 120 pages
Language : Odia
Reading age : 18 years and up
Country of Origin : India