ପ୍ରଫେସର ସଂଘମିତ୍ରା ମିଶ୍ର ଓଡ଼ିଆ ନାଟକ, ଗବେଷଣା ଓ ସମାଲୋଚନା ସାହିତ୍ୟର ଅନ୍ୟତମ ଦିଗବାରେଣୀ। ତାଙ୍କର ଅନେକ ପ୍ରବନ୍ଧପୁସ୍ତକ ଛାତ୍ରଛାତ୍ରୀ ତଥା ଗବେଷକଙ୍କ ଦ୍ୱାରା ବିଶେଷଭାବେ ଆଦୃତ। ତୁଳନାତ୍ମକ ସାହିତ୍ୟ ଆଲୋଚନା କ୍ଷେତ୍ରରେ ତାଙ୍କର ଦୃଷ୍ଟି ଓ ଦକ୍ଷତା ଉଲ୍ଲେଖନୀୟ। ତାଙ୍କ ଭାଷାରେ- “ତୁଳନାତ୍ମକ ସାହିତ୍ୟ ଏକ ସମୁଦ୍ର ଭଳି ବ୍ୟାପକ ଓ ଗଭୀର। କେବେ ତତ୍ତ୍ୱ, କେବେ ପ୍ରୟୋଗ କେବେ ରାଜନୀତି କେବେ ଦେଶପ୍ରୀତି, କେବେ ଖଣ୍ଡନ ମଣ୍ଡନ, ସଂକୋଚନ ଓ ପ୍ରସାରଣ ମଧ୍ୟ ଦେଇ ଏହା ଗତିଶୀଳ। ଘଟଣାର ମଞ୍ଜ ସମାନ ଥାଇ ମଧ୍ୟ ଦେଶ କାଳ ପାତ୍ରର ପରିବର୍ତ୍ତନରେ ସବୁ ଘଟଣାରେ ସମାଜ ଓ ସମୟ ଉପଯୋଗୀ ରଙ୍ଗ ଲାଗିଯାଏ। ଏସବୁକୁ ମୁଁ ଯଥାସାଧ୍ୟ ମୋ ପ୍ରବନ୍ଧ ପରିସରରେ ଧରି ରଖିବାକୁ ପ୍ରୟାସ କରିଛି।” ‘ଶଙ୍ଖରେ ସମୁଦ୍ର’ ତାଙ୍କର ବାରଟି ତୁଳନାତ୍ମକ ଆଲୋଚନାର ସମାହାର, ଯାହା ଏକାଧିକ ଭାଷାର ସାହିତ୍ୟରେ ରୁଚିରଖୁଥିବା ପାଠକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ।
Shankhare Samudra | Prof Sanghamitra Mishra | ଶଙ୍ଖରେ ସମୁଦ୍ର | ପ୍ରଫେସର ସଂଘମିତ୍ରା
Publisher : Timepass; First Edition (4 June 2023)
Paperback : 208 pages
Reading age : 18 years and up
Country of Origin : India