ଦେବପ୍ରସାଦ ଦାଶ (୧୯୬୬) ସମକାଳୀନ ଓଡ଼ିଆ ଗଳ୍ପସାହିତ୍ୟର ଜଣେ ସମ୍ବେଦନଶୀଳ ଶିଳ୍ପୀ। ସଂଯତ ଓ ସଂଭ୍ରମ ଭାଷାପୋଷାକରେ ମଧ୍ୟ ତାଙ୍କ ଗଳ୍ପର ଚରିତ୍ରମାନେ ସ୍ୱଚ୍ଛନ୍ଦ ଓ ସଂଚରଣଶୀଳ ମନେହୁଅନ୍ତି। ଜୀବନ ପ୍ରତି ତାଙ୍କର ମୌଳିକ ଦୃଷ୍ଟିକୋଣ, ଯାହା ତାଙ୍କ ଗପଗୁଡ଼ିକରେ ସାଧାରଣତଃ ଦୃଶ୍ୟମାନ, ବେଶ୍ ବାସ୍ତବବାଦୀ ଓ ସମକାଳୀନ। ‘ଶିଳାଲେଖ’ କଥାକାର ଦେବପ୍ରସାଦ ଦାଶଙ୍କର ଅଷ୍ଟମ ଗଳ୍ପ ସଂକଳନ, ଯେଉଁଥିରେ ସେ ନିଷ୍କପଟ ଭାବେ ସମକାଳୀନ ଜୀବନର ଆଲୁଅ ଓ ଅନ୍ଧାରକୁ ଲିପିବଦ୍ଧ କରିଛନ୍ତି। ମଣିଷର ଅଭ୍ୟନ୍ତରକୁ ପଶି ସେ ଅଣ୍ଡାଳିଛନ୍ତି ସୁଖ-ଦୁଃଖ, ପ୍ରେମ-ପାପ, ଯଶ-ବିଷ । ଛଦ୍ମବେଶୀ ସମୟର ମୁଖା ଖୋଲିବାକୁ ସତ୍ସାହସ ଦେଖାଇଛନ୍ତି ସେ। ଗଳ୍ପାନୁରାଗୀ ପାଠକପାଠିକା ଓ ସମାଲୋଚକମାନେ ତାଙ୍କର ଅନ୍ୟ ସଂକଳନଗୁଡ଼ିକ ଭଳି ‘ଶିଳାଲେଖ’କୁ ମଧ୍ୟ ପଢ଼ାଟେବୁଲ୍କୁ ନେବେ, ଏ ବିଶ୍ୱାସ ରହିଛି।
Shilalekha | ଶିଳାଲେଖ | ଦେବପ୍ରସାଦ ଦାଶ | ଗଳ୍ପ ସଂକଳନ
Publisher : Timepass
First Edition : 2021
Paperback : 168 pages
Language : Odia
Reading age : 18 years and up
Country of Origin : India