ମୀନାକ୍ଷୀ ପାଢ଼ି ଜଣେ ସୂକ୍ଷ୍ମ ଓ ସମ୍ବେଦନଶୀଳ କଥାକାର, ଯାହାଙ୍କ ଗପରେ ଥାଏ ବାଳସୁଲଭ ଜିଜ୍ଞାସା ଓ ଜୀବନବୋଧର ଛଳଛଳ ଅନ୍ତରଙ୍ଗପଣ। ଗୋଟେ ଛବି ପରି ସେ ଜୀବନକୁ ଆଙ୍କିବସନ୍ତି ଗପର କାନ୍ଭାସରେ। କେବେ ସଂପର୍କର ନଦୀରେ ସେ ପହଁରିପହଁରି ପାରିହୁଅନ୍ତି ପ୍ରତିକୂଳତାର ସ୍ରୋତ ତ କେବେ ନଈପଠାରେ ବସି ଶୁଣନ୍ତି ଅଶ୍ରୁତ ବଂଶୀର ସଙ୍ଗୀତ। ସ୍ୱଚ୍ଛ ଓ ସ୍ୱାଭାବିକ ଭାବରେ ଗତିଶୀଳ ତାଙ୍କ ଗପରେ ଥାଏ ଗୋଟେ ଅଦ୍ଭୁତ ଉତ୍କଣ୍ଠା, ଯାହା ପାଠକଙ୍କୁ ବାଟ କଢ଼େଇନିଏ ହାଉଯାଉ ଭିଡ଼ ବାହାରର ଅନ୍ୟଏକ ପୃଥିବୀକୁ। ଶୀତରାତିର କୁହୁଡ଼ି ଭିତରେ ଗପ ମାଗୁଥିବା ବାମନ ସମୟକୁ ସେ କୁନିକୁକୁଡ଼ାର କାହାଣୀ ଶୁଣେଇ ବିଦା କରିଦେବାର କାରିଗରୀ ଜାଣନ୍ତି। ଗଳ୍ପାନୁରାଗୀ ପାଠକପାଠିକାମାନେ ଏଇ କାହାଣୀସବୁରୁ ନୂଆପ୍ରକାର ସ୍ୱାଦ ପାଇବେ, ଏଥିରେ ଆଦୌ ଦ୍ୱିମତ ହେବାର ନାହିଁ।
Shitaratira Gapa | Minakshi Padhi | ଶୀତରାତିର ଗପ | ମୀନାକ୍ଷୀ ପାଢ଼ି | ଗଳ୍ପ ସଂକଳନ
SKU: SGMPI
₹195.00Price
Publisher : Timepass
First Edition : 2022
Paperback : 168 pages
Language : Odia
Reading age : 18 years and up
Country of Origin : India